www.samajalive.in
Monday, December 15, 2025
27.1 C
Bhubaneswar

୫୫% ତମାଖୁ ସେବନକାରୀ ୨୦ ବର୍ଷରୁ କମ୍, ୧୦ସୂତ୍ରୀ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟର ଗୁରୁତ୍ୱ

ଭୁବନେଶ୍ବର: ତମାଖୁ ନିଶାରେ ଯୁବପିଢ଼ି । ସିଗାରେଟ୍, ଗୁଟ୍‌ଖା ଆଦିର ବ୍ୟବହାର ବଢ଼ି ଚାଲିଛି। ଚା’ ଦୋକାନଠୁ ରାସ୍ତାକଡ଼, ସବୁଠି ଖୋଲାମେଲାରେ ଚାଲିଛି ତମାଖୁ ସେବନ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିୟମ ଉଲ୍ଲଙ୍ଘନ କରାଯାଇ ତମାଖୁ ବିକ୍ରି କରାଯାଉଛି। ଏପରିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ତମାଖୁ ସେବନକାରୀଙ୍କ ସଂଖ୍ୟା କମ୍ବ ନାହିଁ । ଶିକ୍ଷାନୁଷ୍ଠାନ ଗୁଡ଼ିକୁ ତମାଖୁମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ନିର୍ଦେଶ ଓ ପରାମର୍ଶ ଜାରି ହେଉଛି । କେତେବେଳେ ଉଚ୍ଚଶିକ୍ଷା ବିଭାଗ ତ କେତେବେଳେ ଗଣଶିକ୍ଷା ବିଭାଗ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଚିଠି ଲେଖୁଛନ୍ତି । ମାତ୍ର ଏହି ଅଭିଯାନ କେବଳ ଚିଠିପତ୍ର ଓ ପରାମର୍ଶରେ ସୀମିତ ରହୁଥ‌ିବା ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖ୍ ସ୍ଵାସ୍ଥ୍ୟ ବିଭାଗ ଏଥ୍‌ନିମନ୍ତେ ତତ୍ପରତା ଦେଖାଇଛି। ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ଜାରି କରିଛି ୧୦ ସୂତ୍ରୀ ପରାମର୍ଶ। ନିର୍ଦେଶାଳୟ ପକ୍ଷରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ତମାଖୁମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗ୍ଲୋବାଲ ୟୁଥ୍ ଟବାକୋ ସର୍ଭେ (ଜିୱାଇଟିଏସ୍) ଅନୁସାରେ, ୫୫% ତମାଖୁ ସେବନକାରୀ ୨୦ ବର୍ଷରୁ କମ୍ ବୟସରୁ ତମାଖୁ ସେବନ କରିଥାନ୍ତି । ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଟିସିପି)ର ଅଂଶସୁରୂପ ଯୁବପିଢ଼ିଙ୍କୁ ତମାଖୁଠାରୁ ଦୂରେଇ ରଖିବା ପାଇଁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ମାର୍ଗଦର୍ଶିକା ଜାରି କରାଯାଇଛି। ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ କରିବାକୁ ହେଲେ ନିର୍ଦିଷ୍ଟ ଭାବେ ୧୦ଟି ଦିଗ ପ୍ରତି ଦୃଷ୍ଟି ଦେବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ନିର୍ଦେଶାଳୟ ପକ୍ଷରୁ ଦର୍ଶାଯାଇଛି ।

- Advertisement -

ଶିକ୍ଷାନୁଷ୍ଠାନ ପରିସରରେ ‘ତମାଖୁମୁକ୍ତ ଅଞ୍ଚଳ’ ଏବଂ ଶିକ୍ଷାନୁଷ୍ଠାନ ପ୍ରବେଶ ପ୍ରାଚୀର କାନ୍ଥରେ ‘ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ’ ସାଇନେଜ୍ ପ୍ରଦର୍ଶନ, ଶିକ୍ଷାନୁଷ୍ଠାନ ପରିସରରେ ତମାଖୁ ବ୍ୟବହାରର କୌଣସି ପ୍ରମାଣ( ସିଗାରେଟ୍, ଗୁଟୁଖା ପ୍ୟାକେଟ ଆଦି) ନ ରହିବା, ତମାଖୁ ବ୍ୟବହାରର ସ୍ଵାସ୍ଥ୍ୟଗତ କ୍ଷତି ସଂକ୍ରାନ୍ତରେ ସଚେତନ‌ତା ପୋଷ୍ଟର ପ୍ରଦର୍ଶନ, ଶିକ୍ଷାନୁଷ୍ଠାନରେ ପ୍ରତି ୬ ମାସରେ ଅତିକମ୍‌ରେ ଥରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆୟୋଜନ, ତମାଖୁ ମନିଟର ମନୋନୀତ କରିବା ସହ ସେମାନଙ୍କ ନାମ, ଯୋଗାଯୋଗ ନମ୍ବର ସାଇନେଜ୍‌ରେ ରଖିବା, ଶିକ୍ଷାନୁଷ୍ଠାନ କୋଡ୍ କଣ୍ଡକ୍ଟରେ ‘ନୋ ଟବାକୋ ୟୁଜ୍ ମାର୍ଗଦର୍ଶିକା ଅନ୍ତର୍ଭୁକ୍ତ କରିବା ସହ ଶିକ୍ଷାନୁଷ୍ଠାନ ପ୍ରାଚୀର କାନ୍ଥର ବାହ୍ୟସୀମାରୁ ୧୦୦ ୟାର୍ଡ ଅଞ୍ଚଳ ଚିହ୍ନଟ କରି ତା ମଧ୍ୟରେ ଥିବା ଦୋକାନରେ ସମସ୍ତ ତମାଖୁ ଉତ୍ପାଦ ବିକ୍ରି ବନ୍ଦ କରିବା ସହ ତମାଖୁ ବ୍ୟବହାର ନ କରିବାକୁ ଶପଥ ନେବା ପାଇଁ ପରାମର୍ଶ ଦିଆଯାଇଛି। ଉତ୍ତମ ସମନ୍ବୟ ପାଇଁ ରାଜ୍ୟ ଏବଂ ଜିଲାସ୍ତରରେ ନୋଡାଲ ଅଧୂକାରୀ ନିଯୁକ୍ତ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖୁବା ପାଇଁ ସରକାର ବାରମ୍ବାର ଉପଦେଶ ଦେଉଛନ୍ତି । ହେଲେ ପିଲାଙ୍କ ହାତପାଆନ୍ତାରେ ଉପଲବ୍ଧ ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ବିଫଳ ହେଉଛନ୍ତି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ନିଶା ସେବନ ବନ୍ଦ ପାଇଁ କୋଟପା ଆଇନ ରହିଛି। ହେଲେ ସବୁ କେବଳ ନିର୍ଦେଶ ଓ ପରାମର୍ଶରେ ସାମିତ ହୋଇ ରହିଥ‌ିବାରୁ ତମାଖୁମୁକ୍ତ ଶୈଖକ ଏକ ପ୍ରହସନରେ ପରିଣତ ହୋଇଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories