www.samajalive.in
Saturday, December 6, 2025
16.1 C
Bhubaneswar

‘ତିତ୍‍ଲି’ପୁନରୁଦ୍ଧାର ସମୀକ୍ଷା : ୪ଦିନ ଭିତରେ ସବୁ ଉପଭୋକ୍ତାଙ୍କୁ ମିଳିବ ବିଜୁଳି : ଶକ୍ତି ସଚିବ

ଭୁବନେଶ୍ୱର : ତିତ୍‍ଲି ପ୍ରଭାବ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡା ଜିଲାରେ ୯ଲକ୍ଷରୁ ଅଧିକ ଉପଭୋକ୍ତା ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିବାବେଳେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‍ ସରବରାହ ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ୯୦ପ୍ରତିଶତ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ୍‍ ସରବରାହ ପହଞ୍ଚି ସାରିଛି। ଅବଶିଷ୍ଟ ୧୦ପ୍ରତିଶତ ଉପଭୋକ୍ତାଙ୍କ ଘରେ ଆଉ ୪ଦିନ ମଧ୍ୟରେ ପହଞ୍ଚିଯିବ। ରାୟଗଡାରେ ସମ୍ପୂର୍ଣ୍ଣ ବିଦ୍ୟୁତ୍‍ ସେବା ଯୋଗାଇ ଦିଆଯାଇଥିବାବେଳେ କନ୍ଧମାଳ,ଗଞ୍ଜାମରେ ୯୭ପ୍ରତିଶତ ଏବଂ ଗଜପତିରେ ୩୯ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ସେବା ଯୋଗାଇ ଦିଆଯାଇଛି ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା ବୁଧବାର ତିତ୍‍ଲି ସମୀକ୍ଷା ଅବସରରେ ସୂଚନା ଦେଇଛନ୍ତି।
ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲାରେ ୭ଲକ୍ଷ ୧୪ହଜାର ଉପଭୋକ୍ତା ରହିଥିବାବେଳେ ସେଥିମଧ୍ୟରୁ ୫.୩୦ଲକ୍ଷ ଉପଭୋକ୍ତା ତିତ୍‍ଲି ଯୋଗୁଁ ବିଦ୍ୟୁତ୍‍ ସରାବହରାହ ବିଚ୍ଛିନ୍ନ ହୋଇଥିଲା। ମାତ୍ର ଇତିମଧ୍ୟରେ ଜିଲାରେ ୫.୨୯ଲକ୍ଷ ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ୍‍ ସେବା ପହଞ୍ଚି ସାରିଲାଣି।
ସେହିପରି ଗଜପତିରେ ତିତ୍‍ଲି ବିଶେଷ ଭାବେ କ୍ଷତିଗ୍ରସ୍ତ କରିଥିବାରୁ ଏଠାରେ ୧.୧୮ହଜାର ଉପଭୋକ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୩୦ହଜାର ପରିବାରକୁ ବିଦ୍ୟୁତ୍‍ ଯୋଗାଣ ହୋଇଥିବାବେଳେ ଅବଶିଷ୍ଟ ପରିବାରକୁ ଆସନ୍ତା ୪ଦିନ ମଧ୍ୟରେ ବିଦ୍ୟୁତ୍‍ ପହଞ୍ଚିବ। ରାୟଗଡାରେ ୨ଲକ୍ଷ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‍ ଯୋଗାଣ ହୋଇ ସାରିଥିବାବେଳେ କନ୍ଧମାଳରେ ୯୦ ହଜାର ପରିବାର ମଧ୍ୟରୁ ୮୭ହଜାର ପରିବାରକୁ ବିଦ୍ୟୁତ୍‍ ସେବା ଯୋଗାଇ ଦିଆଯାଇ ସାରିଛି। ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‍ ସେବା ପହଞ୍ଚାଇବାପାଇଁ ଉଦ୍ୟମ ଚାଲିଛି। ବାତ୍ୟା ଯୋଗୁଁ ବହୁ ଖୁଣ୍ଟ ଉପୁଡ଼ିବା ସହିତ ତାର ଛିଣ୍ଡିଥିବା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହେଉଛି।
ଏହାସତ୍ତ୍ବେ ବିଭାଗୀୟ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‍ ସେବା ପହଞ୍ଚାଇବାପାଇଁ ଚେଷ୍ଟିତ ଅଛନ୍ତି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories