www.samajalive.in
Saturday, December 6, 2025
15.1 C
Bhubaneswar

କୃଷି ବୀମା ସହାୟତା ଦାବିରେ ଟିଟିଲାଗଡ଼ରେ ରେଳରୋକ

ଟିଟିଲାଗଡ଼ :  ବଲାଙ୍ଗୀର ଜିଲାର ଚାଷୀଙ୍କୁ ଫସଲ ବୀମା ସହାୟତା ଦାବିରେ ଆଜି ଠାରୁ ଟିଟିଲାଗଡ଼ ରେଳ ଜଙ୍କସନରେ ଅନିର୍ଦିଷ୍ଟ କାଳ ପାଇଁ ରେଳରୋକ ଆନ୍ଦୋଳନ ହୋଇଛି । ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ରେଳ ଷ୍ଟେସନ ପହଞ୍ଚିଥିଲେ । ରେଳ ଷ୍ଟେସନ ଗେଟରେ ପୂର୍ବରୁ ପ୍ରସ୍ତୁତ ବହୁ ସଂଖ୍ୟାରେ ପୁଲିସ ସହ ଧସ୍ତାଧସ୍ତି ପରେ ତିନୋଟି ବ୍ୟାରିକେଡ଼ ଅତିକ୍ରମ କରି ଚାଷୀ ମାନେ ରେଳ ଷ୍ଟେସନ ପହଞ୍ଚି ରେଳରୋକ ଆରମ୍ଭ କରିଛନ୍ତି । ପୂର୍ବ ଚେତାବନୀ ନେଇ ରେଳ ବିଭାଗ ପୂର୍ବରୁ କିଛି ଟ୍ରେନ ବାତିଲ କରିଥିବା ବେଳେ ଷ୍ଟେସନ ଛାଡିବାକୁ ଉଦ୍ୟତ ହେଉଥିବା ରାୟପୁର ବିଶାଖାପାଟଣା ଯାତ୍ରୀବାହି ଟ୍ରେନକୁ ଆନ୍ଦୋଳନକାରୀ ଅଟକାଇଛନ୍ତି । ଜିଲା କୃଷକ ମହାସଙ୍ଘ ସଭାପତି ଯତି ପଧାନଙ୍କ ସମେତ ବହୁ ନେତୃବୃନ୍ଦ ଆନ୍ଦୋଳନରେ ଉପସ୍ଥିତ ଅଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories