www.samajalive.in
Saturday, December 6, 2025
15.1 C
Bhubaneswar

ବାରହା ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

କାମାକ୍ଷାନଗର : କାମାକ୍ଷାନଗର ରେଞ୍ଜ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଭଣ୍ଡାରୀଆ ମୌଜାରେ ବାରହା ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ସମ୍ପୃକ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି  । ଗତ କିଛିଦିନ ଧରି ଭଣ୍ଡାରୀଆ ମୌଜାରେ ବାରହା ପଲ ଉପଦ୍ରବ ଜାରି ରହିଥିବା ବେଳେ ବ୍ୟାପକ ଆଖୁ, ଧାନ, ପରିବା ଫସଲ ନଷ୍ଟ ହେଉଛି  । ସମ୍ପୃକ୍ତ ଚାଷୀ ଧାର କରଜ କରି ଧାନ, ଆଖୁ ସହିତ ପନିପରିବା ଚାଷ କରିଛନ୍ତି  । କିନ୍ତୁ ଏବେ ସଂନିକଟ ମଞ୍ଜକଣ ଜଙ୍ଗଲରେ ରହି  ବାରହା ପଲ ଉକ୍ତ ଜମିରେ ପଶି ଫସଲ ସବୁ ଦଳି ଚକଟି ନଷ୍ଟ କରିବାରେ ଲାଗିଛନ୍ତି । ଏପରକି ଦିନ ଦ୍ବିପହରରେ ମଧ୍ୟ ବାରହା ପଲ ଉପଦ୍ରବ ଆରମ୍ଭ କରିଛନ୍ତି  । ଫଳରେ ଏବେ ଚାଷୀଙ୍କ ମଧ୍ୟରେ ଭାଲେଣି ପଡ଼ିଲାଣି ।  ବିଭାଗୀୟ ସ୍ତରରେ ଏଥିପ୍ରତି  ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବା ସକାଶେ ସଂମ୍ପୃକ୍ତ ଚାଷୀଙ୍କ ମଧ୍ୟରେ ଦାବି ହେଉଛି  ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories