www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଶାସନିକ ଅବହେଳା ଅଭିଯୋଗରେ ବ୍ଲକ ଘେରାଉ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ସଂଗଠନର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳ ସାଧାରଣ ପୀଡିତ ପୁରୁଷ ମହିଳା ସ୍ଥାନୀୟ ହାଇସ୍କୁଲ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ସହ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏନେଇ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ସଭାପତି ଶ୍ରୀ ବାଗ ବ୍ଳକ ପ୍ରଶାସନ କେବଳ ଲାଞ୍ଚ କାରବାର ଏବଂ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଥିଲେ । ଅସହାୟ ଲୋକେ ଭତ୍ତାରୁ ବଞ୍ଚିତ ରହିଛନ୍ତି, ମନରେଗା ଯୋଜନାରେ କାମ କରି ଶ୍ରମିକ ପାଉଣା ପାଉନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲାଞ୍ଚ ପରେ ମଧ୍ୟ ଗରିବଙ୍କ ପାଉଣା ମାସ ମାସ ହେଲା ବକେୟା ରହିଛି । ଗରିବ ଲୋକେ ବିଭିନ୍ନ ଉପାୟରେ ଶୋଷିତ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜି ବସିଛି ।  ଏହା ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ପରେ ସଂଗଠନ ପକ୍ଷରୁ ଅତିରିକ୍ତ ବିଡ଼ିଓ ମେନକା ମେହେରଙ୍କୁ ପୁଲିସ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ରଞ୍ଜନ ବରିହାଙ୍କ ଉପସ୍ଥିତିରେ ଦାବି ପତ୍ର ପ୍ରଦାନ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories