www.samajalive.in
Saturday, December 6, 2025
23.1 C
Bhubaneswar

ଶାନ୍ତିସ୍ତୂପ ଧଉଳିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ବାଳକାଟି: ଇତିହାସର ଗୌରବର ଗାଥା ବହନ କରୁଥିବା ଐତିହାସିକ କିର୍ତ୍ତିରାଜି ଶାନ୍ତିସ୍ତୂପ ଧଉଳିର ପଚାଶ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାର ଏକ ବର୍ଣ୍ଣାଢ୍ୟ ମୁହୂର୍ତ୍ତରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନେପାଳ, ୟୁଏସଏ, ଯୁକ୍ରେନ, ଲଣ୍ଡନ, ରସିଆ, ଶ୍ରୀଲଙ୍କା, ଜାପାନ ଆଦି ବିଶ୍ୱର କୋଣ ଅନୁକୋଣରୁ ଶତାଧିକ ବୌଦ୍ଧଗୁରୁ ତଥା ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୂର୍ବାହ୍ନ ସାଢେ ୯ଟାରେ ସ୍ତୂପ ସମ୍ମୁଖରେ ବୌଦ୍ଧ ଗୁରୁଜୀଙ୍କ ଦ୍ୱାରା ପୂଜା ପ୍ରାର୍ଥନା କରାଯାଇଥିଲା। ଏହି ପୂଜା ମାଧ୍ୟମରେ ବିଶ୍ଵଶାନ୍ତି ପାଇଁ ସତ୍ୟ, ଧର୍ମ, ଶାନ୍ତି, ମୈତ୍ରୀ ଓ ଅହିଂସାର ବାର୍ତ୍ତା ବାଣ୍ଟିଥିଲେ ବୌଦ୍ଧ ଗୁରୁ। ପରେ ପୂର୍ବାହ୍ନ ୧୧ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ରାଟ ଅଶୋକଙ୍କ ଜୀବନୀ ଓ କଳିଙ୍ଗ ଯୁଦ୍ଧର ଗରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବୌଦ୍ଧଗୁରୁଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧଗୁରୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-ଟି ସଚିବ ଭି. କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories