www.samajalive.in
Saturday, December 6, 2025
15.1 C
Bhubaneswar

ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ନେଇ ବିଜେପିର ବିକ୍ଷୋଭ

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ନେଇ ବୁଧବାର ବିଜେପି ପକ୍ଷରୁ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଘଣ୍ଟାଶୁନି ମନ୍ଦିରରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନାରାବାଜି କରାଯାଇଥିଲା । ସହରର ମୁଖ୍ୟ ହାଟପଦା ବଜାର ସ୍ଥଳରେ ନୂତନ ପିଣ୍ଡି ନିର୍ମାଣ କରାଯିବ ବୋଲି ପୌର ପରିଷଦ ଶତାଧିକ ଦୋକାନୀଙ୍କୁ ହଟାଇଥିଲା । ହେଲେ ୮ ମାସ ପରେ ମଧ୍ୟ କୌଣସି ପିଣ୍ଡି ତିଆରି ହୋଇପାରିଲା ନାହିଁ । ଏନେଇ ଗରିବ ଦୋକାନୀ କର୍ମହରା ପ୍ରାୟ ହୋଇପଡିଛନ୍ତି । ଏହାକୁ ନେଇ ବିଜେପି ନେତା, ବଜାର କମିଟି ପ୍ରଶାସନ ଉପରେ ଗର୍ଜିଥିଲେ । ତତ୍କାଳୀନ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ ଅବସ୍ଥାପିତ ଥିବା ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ଦୋକାନୀଙ୍କ ସହ ତଞ୍ଚକତା କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ।
ଏହାସହ ସହରରେ ଅଘୋଶିତ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା, ସହରରେ ରାସ୍ତା ଗୁଡିକର ପ୍ରଶସ୍ତିକରଣ, ନିୟମିତ ଅପରାଧିକ କାର୍ୟ୍ୟକଳାପ ରୋକିବାକୁ ସିସିଟିଭି ବ୍ୟବସ୍ଥା, ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ବୈଷୟିକ କର୍ମଚାରୀ, ପରୀକ୍ଷା ଉପକରଣ ମେସିନ ବ୍ୟବସ୍ଥା, ସହରର ଅନତି ଦୂରରେ ଏକ ବିରାଟ ଅଶ୍ୱତ୍ଥ ଗଛ କୋରଡ଼ରେ ଦୀର୍ଘ ଶତାବ୍ଦୀ ଧରି ବିରାଜମାନ ଶୈବ ପୀଠକୁ ପର୍ୟ୍ୟଟନ କ୍ଷେତ୍ର ମାନ୍ୟତା, ସଂଲଗ୍ନ ଦୁଇ ପ୍ରାଚୀନ ପୋଖରୀର ସୌନ୍ଦର୍ୟ୍ୟକରଣ ଆଦି ନେଇ ନେତୃବୃନ୍ଦ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲାପାଳ ଡ଼ଃ ଲଳିତ ବାଗଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଦଳର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ପୌରାଧ୍ୟକ୍ଷା ମମତା ଜୈନ, ବଜାର କମିଟି ସଭାପତି ନିରାକାର ସରାଫ, ବିଜେପି ନେତା ନବୀନ ଜୈନ, ସାଂସଦ ପ୍ରତିନିଧି ଗୁଲାବ ସୋନି, ମୁକେଶ ଜୈନ, ମହେନ୍ଦ୍ର ଠାକୁର, ଆଲୋକ ନାୟକ, ଜୟରାଜ ସାହୁ, ସଞ୍ଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories