ମୂଷାମାରୀ ବିଷ ଖାଇ ମହିଳା ମୃତ

ପାଟଣା : ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାସରଥୀପୁର ଗ୍ରାମର ଜଣେ ମହିଳାଙ୍କର ମୂଷାମାରୀ ବିଷ ଖାଇବା ଫଳରେ ମୃତ୍ୟୁ ଘଟିଛି। ଗ୍ରାମର ନିର୍ମଳ ମୁଣ୍ଡାଙ୍କ ପତ୍ନୀ ବୁଧୁନୀ ମୁଣ୍ଡା(୨୨) ମଙ୍ଗଳବାର କୌଣସି କାରଣରୁ ମୂଷାମାରୀ ବିଷ ଖାଇ ଗୁରୁତର ହେବାପରେ ରାତି ୧.୩୦ ସମୟରେ ତାଙ୍କୁ ରୋଗୀଯାନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସା ଅବସ୍ଥାରେ ବୁଧବାର ବୁଧୁନୀ ପ୍ରାଣ ହରାଇଛନ୍ତି । ଖବର ପାଇ ତୁରୁମୁଙ୍ଗା ପୁଲିସ କେନ୍ଦୁଝର ଯାଇ ଘଟଣାର ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛନ୍ତି।

kalyan agarbati

Comments are closed.