www.samajalive.in
Saturday, December 6, 2025
17.1 C
Bhubaneswar

ଦୁର୍ଘଟଣାରେ ମୃତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବି

ଟିଟିଲାଗଡ଼ :  ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବଡ଼ମାଳ ପୁଲିସ ଅଧିକାରୀଙ୍କ କାରଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। ବଲାଙ୍ଗୀର ଭବାନୀପାଟଣା ଜାତୀୟ ରାଜପଥ ୨୬ରେ ସଇଁତଲା ଠାରେ ମୃତ କର୍ମଚାରୀଙ୍କ ଶବ ରଖି କ୍ଷତିପୂରଣ ଦାବି ହୋଇଛି। ଗତକାଲି ବଡ଼ମାଳ ଟିଟିଲାଗଡ଼ ରାସ୍ତାରେ ପୁଲିସ ଅଧିକାରୀ କାରରେ ଆସୁଥିବା ବେଳେ ଗୋଏଲଭାଡି ଛକ ନିକଟରେ ବାଇକରେ ଆସୁଥିବା କାରଖାନା କର୍ମଚାରୀ ରମେଶ ନାଗଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାରଟି ଅଧିକାରୀ ନିଜେ ଚଳାଉଥିବା ବେଳେ ବେପରୁଆ ଭାବରେ ତୀବ୍ର ଗତିରେ ରମେଶଙ୍କ ଉପରେ ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories