www.samajalive.in
Saturday, December 6, 2025
23.1 C
Bhubaneswar

କାନପୁରରେ ବଡ ଧରଣର ସଡକ ଦୁର୍ଘଟଣା ; ୬ ମୃତ, ୯ ଆହତ

କାନପୁର : ଘଣ୍ଟାଘର ଠାରୁ ଟାଟମିଲ ଯାଏଁ ବିଦ୍ୟୁତ ଚାଳିତ ବସ ରବିବାର ବିଳମ୍ବିତ ରାତିରେ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଉକ୍ତ ବସଟି ପ୍ରାୟ ଛଅରୁ ଅଧିକ ଯାନକୁ ଧକ୍କା ଦେବା ପରେ ୧୫ ଜଣଙ୍କୁ ଧକ୍କା ଦେଇଛି। ଶେଷରେ ଏହା ରାସ୍ତାମଝିରେ ଥିବା ଟ୍ରାଫିକ ପୁଲିସ ଠିଆ ହେଉଥିବା ସ୍ଥାନକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଗୁରୁତର ରହିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାତି ପ୍ରାୟ ସାଢେ ୧୧ଟା ସମୟରେ ଏକ ବିଦ୍ୟୁତ ଚାଳିତ ବସ ଦ୍ରୁତ ଗତିରେ ଘଣ୍ଟାଘର ଠାରୁ ଟାଟମିଲ ଯାଉଥିବା ସମୟରେ ପୋଲ ପାର ହେବା ପରେ ଚାଳକ ବସଟିକୁ ବିପରୀତ ଦିଗରେ ଦ୍ରୁତ ଗତିରେ ଚଳାଇବା ଆରମ୍ଭ କରିଥିଲେ। ସେହି ସମୟରେ ଗୋଟେ ପରେ ଗୋଟେ ଯାନ ସହ ଲୋକଙ୍କ ଉପରେ ଚଢାଇ ଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଓ ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ବସଟି ପ୍ରଥମେ ୨ଟି କାର, ୨ଟି ବାଇକ,୨ଟି ସ୍କୁଟି,ଏକ ଅଟୋ, ଡମ୍ଫରକୁ ଧକ୍କା ଦେଇଥିଲା। ଦୁର୍ଘଟଣାପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।
ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କାନପୁରରେ ହୋଇଥିବା ବସ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖିତ ଓ ମୃତକଙ୍କ ପ୍ରିୟଜନଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories