www.samajalive.in
Saturday, December 6, 2025
26.1 C
Bhubaneswar

ବସୁଧାର ବିକଳ ଚିତ୍ର ; ୪୦ଘରକୁ ୧୫୦ସଂଯୋଗ, ବାଉଁଶିଆକୁ ଦୟାରେ ମିଳୁଛି ଜଳ

ନୟାଗଡ : ଶରଣକୂଳ ପଂଚାୟତ ଅନ୍ତର୍ଗତ ବାଉଁଶିଆବାସୀଙ୍କୁ ଦୟାରେ ମିଳୁଛି ପାନୀୟ ଜଳ । ଦଶନ୍ଧି ଦଶନ୍ଧି ଧରି ପାଣି ପାଇଁ ଗାଁ ଲୋକେ ଡହଳ ବିକଳ ହେଉଛନ୍ତି। ନିର୍ବାଚନ ପରେ ନିର୍ବାଚନ ଆସିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର ହୋଇ ନାହିଁ।  ୱାର୍ଡ ସଭ୍ୟ ଙ୍କ ଠାରୁ ସରପଞ୍ଚ ଓ ବିଧାୟକ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି।  ପଡିଶା ଗାଁରେ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଯୋଗେ ପାଣି ଆସୁଛି ।  ପ୍ରାୟ ୪୦ଘରକୁ ୧୫୦ସଂଯୋଗ ଦିଆଯାଇଛି। ଏପରିକି ଆଧାର କାର୍ଡ ଦେଖି ପାଣି ସଂଯୋଗ ଦିଆଯାଇଥିବା ଗୁରୁତର ଅଭିଯୋଗ ହେଉଛି। ବାଉଁଶିଆର ଅନ୍ୟ ପଡୋଶୀ ଗାଁ ମଧ୍ୟରେ ଭିକାରିପଡାରେ ମଧ୍ୟ ବିଭିନ୍ନ ସମୟରେ ପାଣି ସମସ୍ୟା ଦେଖାଦିଏ, କିନ୍ତୁ ବାଉଁଶିଆ ଲୋକେ ଏହି ଗାଁ ରେ ହୋଇଥିବା ପ୍ରକଳ୍ପରୁ ପାଣି ସୁବିଧା ପାଉଥିବା ଜଣାଯାଏ । ତୃଷାର୍ତ୍ତ ତୁଣ୍ଡରେ ଦୟାରେ ଆସୁଥିବା ଜଳ ଶୋଷ ମେଂଟାଇପାରୁନି ।ଗାଁ ଶୁଖିଲା ପଡ଼ିଥିବା ବେଳେ ପଡିଶା ଗାଁ ରେ ସୋଲାର, ବସୁଧାରେ ପାଣି ଯୋଗାଣ ବ୍ୟବସ୍ଥା ହୋଇଛି । ଗୁଞ୍ଜବାରଣରେ ସୋଲାର ବର୍ଷାଧିକ କାଳ ଖରାପ ପଡ଼ିଥିଲେ ବି କେହି ଚାଁହୁନାହାନ୍ତି।

ସମସ୍ତେ ଗାଁ ସମସ୍ୟା ଜାଣିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେମାନେ ଦିନ ଗଡ଼ାଇ ଚାଲୁଥିବା ଅଭିଯୋଗ ହେଉଛି । ଟୋପାଏ ପାଣି ପାଇଁ ଗାଁ ଲୋକେ ସଂଘର୍ଷ କରୁଥିଲେ ହେଁ ବ୍ଲକ କର୍ତ୍ତୃପକ୍ଷ, ବିଭାଗୀୟ କର୍ତ୍ତୃପକ୍ଷ ଯୋଜନାର ନା ଓ ଭିତିଭୂମି ଅଭାବ ଥିବା କହୁଛନ୍ତି। ଗତ ଦିନରେ ଦୈନିକ ଖବର କାଗଜ ‘ସମାଜ’ରେ ଏ ନେଇ ଏକ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ପାଣି ପ୍ରକଳ୍ପ ପାଇଁ ସ୍ଥାନ ଚି଼ହ୍ନଟ କରାଯାଇଥିଲା । ଭି ଏଲ ଡବ୍ଲୁ ଙ୍କ ଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ପ୍ରକଳ୍ପ ଅଧିକାରୀ ସମସ୍ତେ ଏ ବିଷୟରେ ଅବଗତ  ବୋଲି ଅଞ୍ଚଳବାସୀ କହିଛନ୍ତି। ଗାଁ ରେ ବସୁଧା ଯୋଜନାର ଏକ ଫଳକ ହସୁଥିଲେ ହେଁ ପାଣି ଆସିବା ପୂର୍ବରୁ ଏହା ଲଗାଇ ଦିଆଯାଇଥିବା ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି ।  ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ବର୍ତମାନ ନିର୍ବାଚନ ଆଚରଣଵିଧି ଲାଗୁ ହୋଇଥିବାରୁ, ଏହା ଉଠିବା ପରେ ହିଁ କିଛି କରିହେବ ବୋଲି ସୂଚନା ଦେଇଛନ୍ତି । ଫଳକ ସମ୍ପର୍କରେ ପଚାରିବାରେ ବୃହତ ଯୋଜନାରେ ଗାଁ ଲୋକଙ୍କୁ ୨୦୨୩ସୁଦ୍ଧା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଅନେକଥର ଏଭଳି ଅଭିଯୋଗ ଓ ଉତ୍ତର ଶୁଣିବାକୁ ମିଳୁଥିବାରୁ କେବେ ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories