www.samajalive.in
Friday, December 5, 2025
20.1 C
Bhubaneswar

ଭାରତରେ ସବୁଠୁ ଶସ୍ତା ଇଣ୍ଟରନେଟ୍‍ ସେବା: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଉଛି । ସଂସଦରେ ଉଭୟ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି । ସମ୍ବୋଧନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶରେ ଇଣ୍ଟରନେଟ୍ ସେବାକୁ ନେଇ ବିବୃତି ରଖିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ମୂଲ୍ୟ ସର୍ବନିମ୍ନ ରହିଛି । ଯାହାଦ୍ୱରା ଭାରତର ଯୁବ ପିଢ଼ି ମାନେ ଏଥିରୁ ବହୁତ ଲାଭବାନ ହେଉଛନ୍ତି । ତିନି ତଲାଖକୁ ନେଇ ମଧ୍ୟ ଗୃହରେ ରାଷ୍ଟ୍ରପତି ତାଙ୍କର ବିବୃତି ରଖିଛନ୍ତି । ତିନ ତଲାକକୁ ଅପରାଧ ବୋଲି ଘୋଷଣା କରି ସରକାରଙ୍କ ଭଲ ପଦକ୍ଷେପ ନେଇଛନ୍ତି । ସମାଜକୁ ଏହି ମନ୍ଦ ଅଭ୍ୟାସରୁ ଦୂରେଇଛନ୍ତି ସରକାର । ମହିଳା ସଶକ୍ତିକରଣ ସରକାରର ଏକ ପ୍ରମୁଖ ପ୍ରାଥମିକତା ରହିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସ୍ ଫୋର୍ସରେ ମହିଳା ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ଦ୍ୱିଗୁଣିତ ହୋଇଛି।

ଏହା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୁଷ୍ମାନ ଯୋଜନା କଥା ମଧ୍ୟ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ସରକାରଙ୍କ ଏକ ଉତ୍ତମ ପଦକ୍ଷେପ। ସରକାରଙ୍କ ସମ୍ବେଦନଶୀଳ ନୀତି ଯୋଗୁଁ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ଦେଶର ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେଉଛି। ୮୦ ହଜାରରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଟି କୋଟି ଆୟୁଷ୍ମାନ ଭାରତ କାର୍ଡ ଗରିବ ଲୋକଙ୍କୁ ସେମାନଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories