www.samajalive.in
Friday, December 5, 2025
20.1 C
Bhubaneswar

କୋରାପୁଟର ଅପହଞ୍ଚ ଅଞ୍ଚଳରେ ଡିଜିଟାଲ ପ୍ରଚାର ନେଇ ପ୍ରଶ୍ନବାଚୀ

ଲକ୍ଷ୍ମୀପୁର : କୋଭିଡ କାଳରେ ନିର୍ବାଚନ କମିଶନ ଡିଜିଟାଲ ପ୍ରଚାର ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିବା ବେଳେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅପହଚଂ ଇଲାକାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରଚାର କିପରି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡିଜିଟାଲ ପ୍ରଚାର ପାଇଁ ମୋବାଇଲ ଫୋନ ସହିତ ନେଟ୍ ୱାର୍କ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ, ତେବେ ବ୍ଲକର ଅନେକ ଗ୍ରାମକୁ ନେଟ ୱାର୍କ ବ୍ୟବସ୍ଥା ନଥିବା ବେଳେ ଯେଉଁଠାରେ ନେଟ୍ ୱାର୍କ ବ୍ୟବସ୍ଥା ରହିଛି ସେଠାରେ ଲୋକ ମାନଙ୍କ ଆର୍ଥୀକ ଦୂରାବସ୍ଥା କାରଣରୁ ମୋବାଇଲ ଫୋନ କିଣିବାକୁ ସକ୍ଷମ ନୁହନ୍ତି। ଯେଉଁଥିପାଇଁ ସାମାଜିକ ଗଣମାଧ୍ୟମ ହେଉ କିମ୍ବା ମୋବାଇଲ ଫୋନ ମାଧ୍ୟମରେ ଡିଜିଟାଲ ପ୍ରଚାର କରିବା ଏକ ପ୍ରକାର ଅସମ୍ଭବ।

କରୋନା ମହାମାରି ପାଇଁ ନିର୍ବାଚନ କମିଶନ ପ୍ରାର୍ଥୀ ମାନଙ୍କ ନିମନ୍ତେ ସୀମିତ ସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ନାମାରେ କୁହା ଯାଇଛି। ତେବେ ଉପକୂଳ ବର୍ତୀ ଜିଲା ମାନଙ୍କରେ ଯେଉଁ ଠାରେ ମୋବାଇଲ ନେଟ ୱାର୍କ ଉପଲବ୍ଧ ଓ ଆର୍ଥିକ ସ୍ୱଚ୍ଛଳ ବର୍ଗର ଭୋଟର ଥିବା ସତ୍ୱେ ଡିଜିଟାଲ ପ୍ରଚାର ସଫଳ ହୋଇ ପାରୁ ନାହିଁ ।  କେବଳ ଲକ୍ଷ୍ମୀପୁର ବ୍ଲକ ନୁହେଁ କୋରାପୁଟ ଜିଲାର ଅଧିକାଂଶ ଏହି ଭଳି ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ  ଇଲାକା ସହିତ ଅଧିକ ସଂଖ୍ୟକ ଭୋଟରଙ୍କ ପାଖରେ ସ୍ମାଟ ଫୋନ ନାହିଁ , ନେଟୱାର୍କ ନାହିଁ , ଡିଜିଟାଲ ପ୍ରଚାର କିପରି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories