www.samajalive.in
Saturday, December 6, 2025
14.1 C
Bhubaneswar

ଜୁଆ ଆଡ୍ଡାରେ ଚଢଉ ;୨୫ ଜୁଆଡି ଗିରଫ ,ଲକ୍ଷାଧିକ ଟଙ୍କା ସହ ୯ ବାଇକ ଜବତ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡା ଗ୍ରାମର ଏକ ପୁରୁଣା ଜୁଆ ଆଡ୍ଡାରେ ଟିଟିଲାଗଡ଼ ପୁଲିସ ବଡ଼ ଧରଣର ଚଢଉ କରିଛି। ଏନେଇ ଗୁରୁବାର ଟିଟିଲାଗଡ଼ ଥାନା ଠାରେ ଏସଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଥାନା ଆଇଆଇସି ବିଷଦ ସୂଚନା ଦେଇଛନ୍ତି। ସୂଚବା ମୁତାବକ କୁମୁଡା ଗ୍ରାମରେ ଗତ ରାତ୍ରୀରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ସବ ଇନ୍ସପେକ୍ଟର କିରଣ କୁମାର ଜାନି ସୂଚନା ପାଇଥିଲେ। ଏନେଇ ବଲାଙ୍ଗୀର ଏସପିଙ୍କ ବିର୍ଦେଶ କ୍ରମେ ଟିଟିଲାଗଡ଼ ପୁଲିସ ବଳ ଚଢଉ କରିଥିଲେ। ଚଢଉ ସମୟରେ ୧ ଲକ୍ଷ ୭୮ ହଜାର ୬୪୧ ଟଙ୍କା, ୫ ହଳ ତାସ, ୨୧ଟି ମୋବାଇଲ ଫୋନ, ୯ଟି ବାଇକ ସହ ଜୁଆ ଖେଳୁଥିବା ୨୫ ଜଣଙ୍କୁ ପୁଲିସ ଗିରଫ କରିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories