ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ରେଳ ଧାରଣାରୁ ଶନିବାର ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ ମନିଗାଁ ରେଳ ଫାଟକ ନିକଟରେ, ରେଳ ଧାରଣା ଉପରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି। ମୃତ ଯୁବତୀଙ୍କ ମୁଣ୍ଡ ଓ ଶରୀର ଅଲଗା ହୋଇ ପଡିଛି। ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଜିଆରପି ପୁଲିସ ଘଟଣା ସ୍ଥଳକୁ ଅଦ୍ୟାବଧି ପହଞ୍ଚି ନାହିଁ।

Comments are closed.