www.samajalive.in
Saturday, December 6, 2025
15.1 C
Bhubaneswar

ଜିଲା ଦାବି ; ତେଜୁଛି ଅସନ୍ତୋଷ, ୨୭ରୁ ଧାରଣା

ଟିଟିଲାଗଡ଼ : ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ ତଥା ଏନେଇ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ନେଇ ଟିଟିଲାଗଡ଼ ଜିଲା ସଂଗ୍ରାମୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ଗତ ୩୧ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ହୋଇଆସୁଛି। ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ଜିଲା କରିବେ ବୋଲି ଜିଲା କ୍ରିୟାନୁଷ୍ଠାନ କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି ।ହେଲେ ଟିଟିଲାଗଡ଼ ଜିଲା ଗଠନ ନେଇ କୌଣସି ପ୍ରକାର ନିଶ୍ଚିତତା ବର୍ତ୍ତମାନ ସରକାରୀ ସ୍ତରରେ ପ୍ରକାଶ ପାଇନାହିଁ।
ଏହାକୁ ନେଇ ଶନିବାର ଆବାହକ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହକ ଆଇନଜୀବୀ ମହେଶ ମହାନ୍ତିଙ୍କ ତତ୍ୱାବଧାନରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ଆଲୋଚନା ବିମର୍ଶ ହୋଇଥିଲା। ବୈଠକରେ ଆସନ୍ତା ୨୭ରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ନେଇ ନିଷ୍ପତ୍ତି ହୋଇଛି । ଏହା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି। ଆବଶ୍ୟକତା ପଡିଲେ ହାଇକୋର୍ଟରେ ଜିଲା ଦାବି ନେଇ ପକ୍ଷଭୁକ୍ତ ହେବା ପାଇଁ ସ୍ଥିର ହୋଇଛି। ସଭାରେ ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ଅଞ୍ଜଳି ବେହେରା, ପ୍ରଶାନ୍ତ ଷଡ଼ଙ୍ଗୀ, ଘିନୁ ଆଡ଼ଯୁଆଡ଼, ସଇଁତଲା ବାର ସଙ୍ଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ସୁବାଶ ଜୈନ, ବାଳକୃଷ୍ଣ ଷାଣ୍ଢ, ମନୋଜ ହାତୀ,ନବୀନ ଜୈନ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ଦେବସିଂ ମାଝୀ, ମୁକେଶ ଜୈନ, ବୀରବର ସାହୁ, ରଂଜିତ ପୃଷ୍ଟି, ବୀରେନ୍ଦ୍ର ବାଗ, ସୁବ୍ରତ ନାଗ, ସଞ୍ଜୟ ତ୍ରିପାଠୀ, ମହେନ୍ଦ୍ର ଠାକୁର, ନିତ୍ୟାନନ୍ଦ ମାଝୀ, କୁନା ଭାଟି, ଶିବ ବିଶି, ଘାସିରାମ ମାଝୀ, ଅଗସ୍ତି ବାଗ, ଚିଦାନନ୍ଦ ସୁନା, ରୋହିତ ବାଗ, ସନ୍ତୋଷ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories