ଖାଦ୍ୟ ଥାଳିରେ ଏସବୁ ସାମିଲ କଲେ ମିଳିବ ଅନେକ ଲାଭ

ସବୁଜ ପନିପରିବା ଓ ଫଳ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସୁସ୍ଥ ରହିବା ପାଇଁ ସଠିକ୍‌‌ ଖାଦ୍ୟ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଖାଦ୍ୟ ଥାଳିରେ ରଙ୍ଗବେରଙ୍ଗ ଫଳ ଓ ପନିପରିବାକୁ ସାମିଲ କରନ୍ତୁ। ଏକ ଅଧ୍ୟୟନ ଅନୁଯାୟୀ, ଲାଲ ଓ ନାରଙ୍ଗୀ ରଙ୍ଗର ଫଳ,ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଅନେକ ଶାରୀରିକ ସମସ୍ୟାକୁ ଏହା ଦୂର କରିଥାଏ। ଭିଟାମିନ୍‌‌ ଓ ପୋଷକ ତତ୍ତ୍ୱରେ ଭରପୁର ଲାଲ ଓ ନାରଙ୍ଗୀ ଫଳ-ପନିପରିବା ଶରୀରରେ ଭିଟାମିନ୍‌‌ ଏ, ସି, ପୋଟାସିୟମ ଭଳି ଆବଶ୍ୟକ ପୋଷକର ଅଭାବ ପୂରଣ କରିଥାଏ।
ଲାଲ ଓ ନାରଙ୍ଗୀ ପନିପରିବା ମଧ୍ୟରେ ଗାଜର, କନ୍ଦମୂଳ, କଖାରୁ, ଟମାଟର, କଞ୍ଚା ଲଙ୍କା ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଉପାୟରେ ଉପକାରୀ ହୋଇଥାଏ।
ସେହିପରି ଲାଲ ଓ ନାରଙ୍ଗୀ ଫଳରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା କର୍କଟ ରୋଗ ହେବାର ସମ୍ଭାବନାକୁ କମ୍‌‌ କରିଥାଏ।
କନ୍ଦମୂଳ ଓ ଗାଜରରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
ବିଟ୍‍ – ବିଟରେ ପୋଟାସିୟମ, ଫାଇବର, ଭିଟାମିନ ସି, ଭିଟାମିନ ଏ, ନାଇଟ୍ରେଟ ଅଧିକ ପରିମାଣରେ ଥାଏ। ବିଟ୍‍ କିମ୍ବା ଏହାର ଜୁସ୍‍କୁ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଟମାଟୋ – ଏଥିରେ ଭିଟାମିନ ସି, ଲାଇକୋପିନ, ପୋଟାସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗରୁ ରକ୍ଷା କରିଥାଏ।
ଲାଲ ଗାଜର – ଏଥିରେ ପୋଟାସିୟମ, ଜିଙ୍କ୍‍, ଫସଫରସ, ଲାଇକୋପିନ, ମାଙ୍ଗାନିଜ, କୋପର, ଆଇରନ, କ୍ୟାଲସିୟମ, ଅନ୍ୟ ବହୁ ପ୍ରକାରର ଭିଟାମିନ ରହିଛି । ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ।
ଡ଼ାଳିମ୍ବ – ଏଥିରେ ଫାଇବର, ପ୍ରୋଟିନ, ଭିଟାମିନ ସି, ଭିଟାମିନ କେ ଆଦି ବହୁ ପରିମାଣରେ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ଅଧିକ ହେବା ସହ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଲାଲ ପିଆଜ – ଏହାକୁ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର କମିଥାଏ, ଯକୃତ ପାଇଁ ଏହା ଖୁବ ଲାଭଦାୟକ ଅଟେ। ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।

Comments are closed.