www.samajalive.in
Saturday, December 6, 2025
16.1 C
Bhubaneswar

ଯୁବ ସମାଜସେବୀଙ୍କ ପରଲୋକ

କେଶଦୁରାପାଳ : ଗୋହିରା ପଂଚାୟତ ଓସ୍ତାପୁରା ଗ୍ରାମର ଯୁବ ସଂଗଠକ ଭାଗ୍ୟବନ୍ତ ମହାକୁଡ଼ (ନାଲୁ)ଙ୍କ ୩୬ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଜଣେ ସ୍ନେହୀ ମିଷ୍ଟଭାଷୀ ସମାଜସେବୀ ଭାବରେ ଜଣାଶୁଣା। ତାଙ୍କ ମୃତ୍ୟ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚିଥିଲେ। ଏଥି ସହିତ ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତକ ପରିବାରକୁ ସମବେଦନା ଜଣାଇ ଥିଲେ ଯୁବ ସମାଜସେବୀ ଦୈତାରୀ ମହାକୁଡ଼ କୃଷ୍ଣଚନ୍ଦ୍ର ନାୟକ, ଅଟଳ ବିହାରୀ ମହାନ୍ତି, ଟୁନା ନାଇକ ପରିବାରକୁ ସମବେଦନା ଜଣାଇଥିଲେ। ଭାଗ୍ୟବନ୍ତଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପୁଅ, ଝିଅଙ୍କ ସହ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଓସ୍ଥପୁରା ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା। ପୁଅ ମୁଖାଗ୍ନି ଦେଇଥିଲେ ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories