www.samajalive.in
Saturday, December 6, 2025
16.1 C
Bhubaneswar

ଜିଲା ଦାବିରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲା ଦାବି ନେଇ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଆହ୍ୱାନ ଦିଆଯାଇଛି। ବନ୍ଦରେ କେବଳ ଜରୁରୀ ସେବାକୁ ବାଦ ଦିଆଯାଇଥିବା ବେଳେ ଅଖ ଚକ ବନ୍ଦ ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସକାଳ ୬ଟାରୁ ଜିଲ୍ଲା ସଂଗ୍ରାମୀ ସହରର କଚେରୀ ଛକ ସମେତ ବିଭିନ୍ନ ଛକରେ ଧାରଣା, ପ୍ରଦର୍ଶନ ଆରମ୍ଭ ହୋଇଛି। ଦୀର୍ଘ ୩୨ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ଜାରି ରହିଥିବା ଆନ୍ଦୋଳନ ଆହୁରି ଶାଣିତ କରାଯିବ ବୋଲି ଜିଲା କ୍ରିୟାନୁଷ୍ଠାନ କମିଟି ଆବାହକ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି। ଜିଲ୍ଲା ସଂଗ୍ରାମୀ ପ୍ରଶାନ୍ତ ଷଡ଼ଙ୍ଗୀ, ଘିନୁ ଆଡ଼ଯୁଆଡ଼, ତ୍ରିନାଥ ସରାଫ, ବୀରେନ୍ଦ୍ର ବାଗ, ହରିନାରାୟଣ ମିଶ୍ର, ଅଶୋକ ମିଶ୍ର ପ୍ରମୁଖ ଶତାଧିକ ସଂଗ୍ରାମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ମନୋଜ ପ୍ରଧାନଙ୍କ ସମେତ ବ୍ୟାପକ ଆଇଆରବି ବାହିନୀ ସହରର ବିଭିନ୍ନ ଛକରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories