ଗୁରୁବାର ରାଶିଫଳ (ଡିସେମ୍ବର ୭)

ମେଷ: ଧନଶାଳୀ ହୋଇପାରନ୍ତି। ସୁଖଦା ପତ୍ନୀ ଓ କୁଳ ଉଦ୍ଧାରକ ପୁତ୍ର ସମ୍ପନ୍ନ ହେବେ। ଭ୍ରାତୃଭାବ ନୀବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ ପରାଜିତ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ: ସରକାରୀ ସ୍ତରରୁ ଧନସମ୍ପଦ ଲାଭ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ଓ ବିଭିନ୍ନ ସୂତ୍ରରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ମିଥୁନ: ସୁଗୁଣଯୁକ୍ତ, ଧନଯୁକ୍ତ, ଉତ୍ତମା ପତ୍ନୀ, ସୁବର୍ଣ୍ଣ ପୁତ୍ରାଦିଯୁକ୍ତ ସତ୍ୟବାଦୀ ହେବେ। ଉଦାର ସ୍ବଭାବସମ୍ପନ୍ନ ହେବେ। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଦାନକୁ ଜୀବନର ବ୍ରତ କରିପାରନ୍ତି।
କର୍କଟ: ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଆତ୍ମବିଶ୍ବାସୀ ହେବେ। ଭାଷା ମାର୍ଜିତ ଓ ସ୍ନେହବୋଳା ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବିଦ୍ବାନ ହେବେ।
ସିଂହ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ପୁତ୍ରର ଜନକ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି।
କନ୍ୟା: ବହୁ ମିତ୍ର, ବହୁ ଧନ ପ୍ରାପ୍ତ ହୋଇ ଭୋଗ ବିଳାସ କରିପାରନ୍ତି। ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତ କରିପାରନ୍ତି। ବନ୍ଧୁଙ୍କ ଦ୍ବାରା ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସତ୍‌ଚିନ୍ତାଯୁକ୍ତ ହେବେ।
ତୁଳା: ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଶ୍ରେଷ୍ଠାସନ ମିଳିପାରେ। ରାଜଯୋଗ ଓ ବିଳାସବ୍ୟସନରେ ଚଳିବେ।
ବିଛା: ସତ୍ୟବାଦୀ, ପଣ୍ଡିତ, ପିତୃଭକ୍ତଯୁକ୍ତ ଓ ଭାଗ୍ୟବାନ୍‌ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରୀୟ, ବିଦ୍ବାନ୍‌, ଦୟାଳୁ ସ୍ବଭାବସମ୍ପନ୍ନ ହେବେ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହଭାବ ରହିବ।
ମକର: ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ନିଜ ଲୋକମାନେ କରଛଡ଼ା ଦେଇପାରନ୍ତି। ଭୋଗ, ବିଳାସପ୍ରିୟ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ବିନୀତ ସ୍ବଭାବ ଓ ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ। ସ୍ବାଭିମାନୀ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ।
ମୀନ: ବୁଦ୍ଧି, ବିଦ୍ୟା ପ୍ରୟୋଗ କରି ଶ୍ରେଷ୍ଠ କର୍ମଯୁକ୍ତ ହେବେ। ସମ୍ପଦଯୁକ୍ତ ଓ ଜ୍ଞାନର ଭଣ୍ଡାର ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ହେବେ।

Comments are closed.