www.samajalive.in
Saturday, December 6, 2025
15.1 C
Bhubaneswar

ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଜରୁରୀ ଏସମା ଆଇନ ଲାଗୁ

ଟିଟିଲାଗଡ଼ : ଟିଟିଲାଗଡ ପୌର ପରିଷଦ ପକ୍ଷରୁ ପରିମଳ ନେଇ ଆଉଟସୋର୍ସିଂ ନିଷ୍ପତ୍ତିକୁ ବିରୋଧ କରି ଅସ୍ଥାୟୀ ସଫେଇ କର୍ମଚାରୀ ଆଜି ଧାରଣାରୁ ବିରତ ହୋଇଥିବା ଜଣାଯାଇଛି। ପୌର ପରିଷଦ ପକ୍ଷରୁ ନୂତନ ନିଷ୍ପତ୍ତିକୁ ବିରୋଧ କରି ପୂର୍ବରୁ କାର୍ଯ୍ୟ ବନ୍ଦ ସହ ଗତ ସେପ୍ଟେମ୍ବର ୨୩ରୁ ଅସ୍ଥାୟୀ ସଫେଇ କର୍ମଚାରୀ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଜାରି ରଖିଥିଲେ। ରାଜ୍ୟ ଗୃହ ବିଭାଗ ପକ୍ଷରୁ କୋଭିଡ-୧୯ ନେଇ ଜାରି ଆଦେଶ ସଂଖ୍ୟା ୧୮୧୩/ସି ୨୮.୯.୨୦ରେ ରାଜ୍ୟରେ ଏସମା ଆଇନ ଲାଗୁ ହେବା ସହ ଜରୁରୀ ସେବା ଗୁଡିକରେ ବାଧା ସୃଷ୍ଟି କରିବା, ପ୍ରଦର୍ଶନ, ଆନ୍ଦୋଳନକୁ ଉସୁକାଇବା ବା ଭାଗ ନେବାକୁ ନିଷିଦ୍ଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ତାଙ୍କ ଆଦେଶ ସଂଖ୍ୟା ୩୭୭୯ ତା. ୮.୧୦.୨୦ କ୍ରମେ କଣ୍ଟାବାଞ୍ଜି ତଥା ଟିଟିଲାଗଡ ପୌରାଞ୍ଚଳ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସେବା ନେଇ ସମସ୍ତ ଆନ୍ଦୋଳନକୁ ବେଆଇନ ଘୋଷଣା କରିଛନ୍ତି। ଏନେଇ ଆଜି ସନ୍ଧ୍ୟାରେ ଅସ୍ଥାୟୀ ସଫେଇ କର୍ମଚାରୀ ଧାରଣାରୁ ଓହରି ଯାଇଥିବା ଜଣାଯାଇଛି। ଅପରପକ୍ଷରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରରେ ପରିମଳ ବ୍ୟବସ୍ଥା ଦୁର୍ବିସହ ହୋଇପଡିଛି। ପୂର୍ବରୁ ପ୍ରାୟ ଶହେ ଜଣ ଅସ୍ଥାୟୀ କର୍ମଚାରୀ ପୌର ପରିଷଦ ପକ୍ଷରୁ ନିୟୋଜିତ ହୋଇ ପରିମଳ କାର୍ଯ୍ୟ ଚଳେଇ ଆସୁଥିଲେ। ନୂତନ ଭାବରେ ଏଜେନ୍ସି ଜରିଆରେ କାହାକୁ ଛଟେଇ କରାଯିବ ନାହିଁ, ପୂର୍ବରୁ କେବଳ ମଜୁରୀ ପ୍ରଦାନ କରାଯାଉଥିବା ବେଳେ ନୂତନ ବ୍ୟବସ୍ଥାରେ ଶ୍ରମ ଆଇନ ମୁତାବକ ରାଜିନାମା ସ୍ୱାକ୍ଷରିତ ହୋଇ କର୍ମଚାରୀଙ୍କୁ ଇପିଏଫ, ଇଏସଆଇ, ବୀମା, ଅବସରକାଳିନ ସହାୟତା, ପେନସନ ଆଦି ପ୍ରଦାନ କରାଯିବ ବୋଲି ବିଭିନ୍ନ ସ୍ତରରେ ଆଲୋଚନା କାଳରେ ପୌର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା ଜଣାଯାଇଛି। ଅପରପକ୍ଷରେ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ପରେ ନିଯୁକ୍ତ ଏଜେନ୍ସି ଆନ୍ଦୋଳନ ଯୋଗୁଁ କାର୍ଯ୍ୟ ବନ୍ଦ କରି ଫେରିଯାଇଥିଲେ। ଆଗକୁ ମଧ୍ୟ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ସୂଚନା ମିଳିଛି। ଏପରିପ୍ରେକ୍ଷୀରେ ଆଗକୁ ସହରର ପରିମଳ ଅବ୍ୟବସ୍ଥା ତଥା ଦୀର୍ଘ ଦିନରୁ କାର୍ଯ୍ୟ କରିଆସିଥିବା କର୍ମଚାରୀଙ୍କ ସ୍ୱାର୍ଥକୁ ନେଇ ପୌର ପ୍ରଶାସନ କଣ ନିଷ୍ପତି ନେବେ ସେ ନେଇ ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories