www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲ୍‍ଗିରି

ଭୁବନେଶ୍ୱର: ମହାମାରୀ କରୋନାକୁ ପ୍ରତିରୋଧ କରିବାର କାର୍ଯ୍ୟ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ସାଇକେଲ ର‍୍ୟାଲି। ଏହି ର‍୍ୟାଲିକୁ ମିଳିତଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜନ କରାଯାଇଛି। ନାଗରିକମାନେ ସାଇକେଲକୁ ନିଜ କର୍ମକ୍ଷେତ୍ରକୁ ଯିବା ଆସିବା ଏବଂ ସୁସ୍ଥତା ନିମନ୍ତେ ଆପଣେଇବା ପାଇଁ ଉତ୍ସାହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।
ନାଗରିକ ସଂଯୋଗକୁ ଗୁରୁତ୍ୱଦେଇ ସାଇକେଲ ଚଳାଇବାକୁ ଏହି ନିତିଦିନିଆ ଯୋଗାଯୋଗ ମାଧ୍ୟମଭାବେ ସମସ୍ତେ ଅଭ୍ୟାସ କରିବାକୁ ଏହା ପ୍ରୋତ୍ସାହିତ କରିବ। ଦେଶର ଅନ୍ୟାନ୍ୟ ସହର ମଧ୍ୟରୁ ସ୍ମାର୍ଟ ସିଟି ଭୁବେନେଶ୍ୱର ମଧ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ସ୍ମାର୍ଟ ସିଟି ମିଶନରେ ଅନୂବଂଧିତ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଅଛି। ଏହାକୁ ଏକ ଅଭିଯାନ ଭାବେ ନିଆଯାଇଛି ଏବଂ ସାଇକେଲ ର‍୍ୟାଲିରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଇକେଲ ଚାଳକଙ୍କୁ ସାଇକେଲ ଗିରି ଅଭ୍ୟାସ ପାଇଁ ସାଧୁବାଦ ଜଣାଇବାକୁ ଅନୁରୋଧ କରାଯାଇଛି। ଏହି ଅବସରରେ ସାଇକେଲ ଚଳାଳୀଙ୍କୁ ସମ୍ମାନ ଉଦ୍ଦେଶ୍ୟରଖି ଏକ ଆନ୍ଥେମ ଗୀତର ଶୁଭାରମ୍ଭ କରାଯାଇଛି।


ଏହି ଅବସରରେ ଶିଶୁ ଭବନ ଠାରୁ ଧଉଳି ପର୍ଯ୍ୟନ୍ତ ୧୨ କି.ମି ଏହି ଯାତ୍ରାକୁ ଶୁକ୍ରବାର ଦିନ ୬ ଘଟିକା ୩୦ ମିନିଟ ସମୟରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ କରାଇ ସହରରେ ନାଗରିକମାନଙ୍କ ମନରେ ସାଇକେଲକୁ , ସାଇକେଲ ଚଳାଇବାକୁ ଏବଂ ସାଇକେଲ ଚଳାଳିଙ୍କୁ ଭଲପାଇବା ଓ ସମ୍ମାନ ଦେବାର ସୁଅଭ୍ୟାସ ଚାଲୁରଖିବାକୁ ଅନୁରୋଧ କରାଯାଇଛି ଏବଂ ଏହା ଦ୍ୱାରା ଆଗାମୀ ଦିନରେ ନିଜ ସହରକୁ ସ୍ୱଚ୍ଛ ସବୁଜ କରାଯାଇପାରିବ।
ଏହି ପରିପ୍ରେକ୍ଷୀରେ ବି.ଏମ.ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ ଯେ  ନାଗରିକମାନଙ୍କୁ ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ତଥା ଉଭୟ ସ୍ୱାସ୍ଥ୍ୟ ଏବଂ ପରିବେଶକୁ ଲାଭ ପହଂଚାଇବା ଉଦ୍ଦେଶ୍ୟରେ ଏହି ସାଇକେଲଗିରିର ପ୍ରାରମ୍ଭ କରାଯାଇଛି। ଆମେ ସମାଜରେ ସାଇକେଲ ଚାଳକଙ୍କୁ ସମ୍ମାନଦେବା ପାଇଁ ଲୋକ ମାନଙ୍କ ନିକଟରେ ସଚେତନତା ସୃଷ୍ଟି କରିବା ପାଇଁ ଏକାମ୍ରପ୍ଲାଜାରୁ ଧଉଳି ପର୍ଯ୍ୟନ୍ତ ଏହି ସାଇକେଲ ରାଲିର ଆୟୋଜନ କରିଛୁ। ଲୋକ ମାନଙ୍କୁ ପ୍ରତ୍ୟେକ ଶୁକ୍ରବାର ସାଇକେଲ ଚଲାଇବା ପାଇଁ ଅନୁରୋଧ କରୁଛୁ। ଏତଦବ୍ୟତୀତ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରୂପେ ରୋଗୀ ମାନଙ୍କ ସେବାରେ ନିୟୋଜିତଥିବା କରୋନା ଯୋଦ୍ଧା ମାନଙ୍କୁ ସାଇକେଲ ଉପହାର ଆକାରରେ ପ୍ରଦାନ କରାଯାଇଛି। ସହରର ଲୋକ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅବସରରେ ସାଇକେଲ ଉପହାରଦେବା ପରମ୍ପରାକୁ ଏହା ପ୍ରୋତ୍ସାହିତ କରିବବୋଲି ଆମର ଆଶା।

- Advertisement -


ଆଗ୍ରହୀ ନାଗରିକମାନେ ଏଥିପାଇଁ ଆଗେଇ ଆସିବା ସହିତ ଅନ୍ୟ ଆଗ୍ରହୀ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମ ବାବଦରେ ଜଣାଇବା ଏବଂ ଭାଗ ନେବାରେ ଉତ୍ସାହ ସୃଷ୍ଟି କରିବାକୁ ଏହି ସାଇକ୍ଲୋଥୋନ୍‍ ଅନୁପ୍ରାଣିତ କରିଛି। କାର୍ଯ୍ୟକ୍ରମର ବାର୍ତାକୁ ନିଜ ଗୋଷ୍ଠୀ ଏବଂ ସାଥିଙ୍କୁ ଜଣାଇବାକୁ ଅନୁରୋଧ କରଯାଇଛି। ଏହା ସାଙ୍ଗକୁ ସାଇକେଲ ଗିରି ସଙ୍ଗୀତ ଗାନ ସାଇକେଲ ଡ଼େ ର ଘୋଷଣା, ସାଇକେଲ ଚାଳକ ଏବଂ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଅବନି ପଟନାୟକ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ ସ୍ୱାଇଁ, ବିଏମସି   ଡ଼େପୁଟି କମିଶନର ଶୁଭେନ୍ଦୁ ସାହୁ, ବିଏସଏନଏଲ୍ ସଚିବ ଅଜୟ ମାଝି, ବିଏମସି ଅତିରିକ୍ତ ସଚିବ ସୁରଥ ମଲ୍ଲିକ, ସ୍ମାର୍ଟ ସିଟି ଜିଏମ୍ କମଲଜିତ ଦାସ, ଦିପ୍ତିରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories