www.samajalive.in
Monday, December 15, 2025
14.1 C
Bhubaneswar

କରୋନା କଟକଣାକୁ ଫୁ ; ରାସ୍ତା ଜଗିଲେ ନୂଆ ଉପଜିଲାପାଳ

ଟିଟିଲାଗଡ଼:  ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗୀର ଜିଲାପାଳ ଜିଲାର ସମସ୍ତ ଅଞ୍ଚଳରେ ସପ୍ତାହକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଜରୁରୀ କାର୍ଯ୍ୟ ବ୍ୟତିିତ କେହି ପଦାକୁ ନବାହାରିବାକୁ ଚେତାବନୀ ଦିଆଯାଇଛି। ତେବେ ଉପଖଣ୍ଡ ମୁଖ୍ୟାଳୟ ଟିଟିଲାଗଗଡ ସହରରେ କୌଣସି ସଟଡାଉନ ପାଳନ ହେଉନଥିବା ତଥା ଅନ୍ୟ ଦିନ ଭଳି ସଟଡାଉନ ସମୟରେ ପ୍ରବଳ ଗହଳି ଲାଗି ରହିଥିବା ଅଭିଯୋଗ ହୋଇଛି। ଏନେଇ “ସମାଜ”ରେ ଖବର ପ୍ରକାଶନ ପରେ ଏଠାରେ ସଦ୍ୟ ଯୋଗ ଦେଇଥିବା ଉପଜିଲାପାଳ ସୋମେଶ ଉପାଧ୍ୟାୟ ଆଜି ରାଜରାସ୍ତାରେ ପାଟ୍ରୋଲିଂ କରୁଥିବା ଦେଖାଯାଇଥିଲା। ଉପଜିଲାପାଳଙ୍କ ପାଟ୍ରୋଲିଂ ସମୟରେ ପୁଲିସ କର୍ମଚାରୀ ରାସ୍ତା କଡ ବଦଳରେ ପାଖଆଖ ବନ୍ଦ ଚାପାନ ଦୋକାନ ବେଞ୍ଚରେ ବସିଥିବା ନେଇ ଉପଜିଲାପାଳ ବିରକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଉପଜିଲାପାଳ ଥାନା ଛକରେ ଅଟକି ସମ୍ମୁଖ ଚାପାନ ଦୋକାନ ବେଞ୍ଚରେ ବସିଥିବା କନଷ୍ଟେବଳଙ୍କୁ ଡାକି ତାଗିଦ କରିଥିବା ଦେଖାଯାଇଥିଲା। ସମ୍ପୃକ୍ତ କନଷ୍ଟେବଳଙ୍କୁ ଉପଜିଲାପାଳ ଥାନା ଆଇଆଇସିଙ୍କ ଫୋନ ନମ୍ବର ପଚାରି ବୁଝିଥିବା ଦେଖିବାକୁ ମିଳିଥିଲା। ପରେ ଉପଜିଲାପାଳ ସହରର ବିଭିନ୍ନ ଅଞ୍ଚଳ ବୁଲି ସଟାଡଉନ ସୁନିଶ୍ଚିତ କରିଥିବା ଜଣାଯାଇଛି। ସୂଚନା ଯେ ଟିଟିଲାଗଡ ଅଞ୍ଚଳରେ ୪୨ ଜଣ କରୋନା ପୋଜିଟିଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ପୌରାଞ୍ଚକୁ ମଧ୍ୟ କରୋନା ପହଞ୍ଚିସାରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ସହ ଶତାଧିକ ସଂଖ୍ୟାରେ ଲୋକଙ୍କ ସ୍ୱାବ ନମୁନା ସଂଗ୍ରହ ଜାରି ରହିଥିବା ଟିଟିଲାଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଛନ୍ତି। ଏପରିପ୍ରେକ୍ଷୀରେ ସତର୍କତା ଦୃଷ୍ଟିରୁ ବଲାଙ୍ଗିର ଜିଲାପାଳଙ୍କ ଦ୍ୱାରା ସପ୍ତାହକୁ ଦୁଇ ଦିନ ପାଇଁ ସଟଡାଉନ ଆଦେଶ ଉପଖଣ୍ଡ ମୁଖ୍ୟାଳୟ ଟିଟିଲାଗଡ ସହରରେ ଫୁ ମାରିଥିବା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏପରିପ୍ରେକ୍ଷୀରେ ଆଗାମୀ ଦିନରେ ସଂକ୍ରମଣର ଭୟ ନେଇ ସ୍ଥାନୀୟ ପ୍ରଶାସନ ଆହୁରି କଡାକଡି ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories