www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ରେଳ ଦୁର୍ଘଟଣା: ତିରୁପତି-ତିରୁଅନନ୍ତପୁରମ୍‌ ଟ୍ରେନ୍‌ ଲାଇନଚ୍ୟୁତ

ତିରୁପତି: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର ଭୟାବହତା ମନରୁ ଲିଭିନଥିବା ବେଳେ ତା’ପରଠାରୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଛୋଟ ବଡ଼ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ବୁଧବାର ପୁଣି ଏକ ରେଳ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। କେରଳରେ ଏକ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ସୂଚନା ମୁତାବକ, ତିରୁପତି-ତିରୁଅନନ୍ତପୁରମ୍‌ ଟ୍ରେନ୍‌ ଏହାର ଶେଷ ରହଣିସ୍ଥଳ ତିରୁପତି ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

- Advertisement -

ଲାଇନଚ୍ୟୁତ ହୋଇଥିବା ବଗିରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଏହି ଦୁର୍ଘଟଣା ଯୋଗୁ ଏକାଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ପ୍ରଶାସନ ପକ୍ଷରୁ ଲାଇନଚ୍ୟୁତ ବଗିକୁ ହଟାଇବାକୁ ଚେଷ୍ଟା ଜାରି ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories