www.samajalive.in
Tuesday, December 9, 2025
19.1 C
Bhubaneswar

ଟିପୁ ସୁଲତାନଙ୍କ ଜୟନ୍ତୀ: କୁମାରସ୍ୱାମୀଙ୍କ ଅନୁପସ୍ଥିତିକୁ ନେଇ ବିଜେପିର ସମାଲୋଚନା

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ବିରୋଧ ଏବଂ ବିକ୍ଷୋଭ ସତ୍ବେ କର୍ଣ୍ଣାଟକ ସରକାର ଶନିବାର ଟିପୁ ସୁଲତାନଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳନ କରିଛନ୍ତି। ଟିପୁ ଜୟନ୍ତୀ ସଫଳ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଏଚ୍‍.ଡି. କୁମାରସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଏଥିରୁ ଦୂରେଇ ରହିଥିବାରୁ ବିଜେପି ତୀବ୍ର ସମାଲୋଚନା କରିଛି। ଏହାଦ୍ୱାରା ଧର୍ମ ନିରପେକ୍ଷତାକୁ ନେଇ ରାଜ୍ୟ ସରକାରଙ୍କର ଦୋମୁହାଁ ନୀତି ପଦାରେ ପଡିଛି ବୋଲି ବିଜେପି ଦର୍ଶାଇଛି। କର୍ଣ୍ଣାଟକ ବିଜେପି ମୁଖପାତ୍ର ଏସ୍‍. ପ୍ରକାଶ କହିଛନ୍ତି ବିରୋଧର ସମ୍ମୁଖୀନ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ଏହାଦ୍ୱାରା ଭୋଟରଙ୍କ ସହ ସେମାନ ବିଶ୍ୱାସଘାତକତା କରିଛନ୍ତି। ଅନ୍ୟପଟେ କୋଡାକୁ ଜିଲାରେ ବିକ୍ଷୋଭ ପ୍ରଦର୍ଶନ ସ୍ୱରୂପ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ଏକାଧିକ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ଉଲ୍ଲେଖ ଯେ, ଚତୁର୍ଥ ଆଙ୍ଗଲୋ-ମହୀଶୁର ଯୁଦ୍ଧରେ ପ୍ରାଣ ହରାଇଥିବା ୧୮ଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ଦର୍ଶାଇ କଂଗ୍ରେସ ୨୦୧୫ରେ ତାଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳନ ଆରମ୍ଭ କରିଥିଲା। କୁମାରସ୍ୱାମୀଙ୍କ ନୂତନ ସରକାର ଏହି ପରମ୍ପରା ଆଗେଇ ନେବାକୁ ସ୍ଥିର କରିଥିଲେ। ମାତ୍ର ଟିପୁ ସୁଲତାନ ଜଣେ କ୍ରୁର ରାଜା ଥିଲେ ବୋଲି ଦର୍ଶାଇ ବିଜେପି, ଆର୍‍ଏସ୍‍ଏସ୍‍ ଏବଂ ଅନ୍ୟ କେତେକ ସଂଗଠନ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଆସୁଛନ୍ତି। ବିଶେଷକରି ଏହି କାର୍ଯ୍ୟକ୍ରମ ବିରୋଧରେ କୋଡାଗୁ ଜିଲାରେ ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିବାରୁ ରାଜ୍ୟ ସରକାର ୧୪୪ ଧାରା ଲାଗୁ କରିଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories