www.samajalive.in
Saturday, December 6, 2025
16.1 C
Bhubaneswar

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଆଜି କାଲି ଅନେକ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଇ ମଧ୍ୟ ଲୋକେ ବିଫଳ ହେଉଛନ୍ତି। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ରକ୍ଷା ପାଇ ପାରିବେ। ଆସନ୍ତୁ ଜାଣିବା କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିବ –

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ।
-ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। ଯଦି ଟିକେ ଏପଟ ସେପଟ ହୋଇଗଲା ତେବେ ଅଣ୍ଟା ଉପରେ ଚାପ ପଡ଼ିବା ସହ ଅଣ୍ଟା ସମସ୍ୟା ଦେଖାଦେଇପାରେ।
-ଯଦି କୌଣସି ସ୍ଥାନରେ ଠିଆ ହୋଇ ରହୁଛନ୍ତି ତେବେ ସିଧା ଠିଆ ହୁଅନ୍ତୁ।
-ନଇଁ କରି କାମ କରୁଥିରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଣ୍ଟାକୁ ସିଧାକରି କିଛି ସମୟ ଠିଆ ହୁଅନ୍ତୁ। ମଝିରେ ମଝିରେ କିଛି ସମୟ ବିଶ୍ରାମ ନେଲେ କାମର ପ୍ରଭାବ ଅଣ୍ଟା ଉପରେ ପଡି ନ ଥାଏ।
-ଅତି ଓଜନିଆ ଜିନିଷ ଉଠାନ୍ତୁ ନାହିଁ। କାରଣ ଏହାର ସିଧାସଳଖ ପ୍ରଭାବ ଅଣ୍ଟା ଉପରେ ହିଁ ପଡ଼ିଥାଏ।
-ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ।
-ଅଣ୍ଟାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ବ୍ୟାୟାମ କରନ୍ତୁ।
-ଯଦି କାର୍ ଚଲାଉଛନ୍ତି ତେବେ ସବୁବେଳେ ୯୦ ଡିଗ୍ରୀ ମୁଦ୍ରାରେ ବସି ଗାଡ଼ି ଚଲାନ୍ତୁ।
-ଯଦି ଅଣ୍ଟାଜନିତ କିଛି ସମସ୍ୟା ରହିଛି ତେବେ ତାହାକୁ ଅଣଦେଖା ନ କରି ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories