www.samajalive.in
Monday, December 8, 2025
13.1 C
Bhubaneswar

ଭାରତ-ଚୀନ ଦ୍ୱିପକ୍ଷୀୟ ସଂପର୍କର ନୂଆ ଅଧ୍ୟାୟ : ମୋଦୀ-ଜିନ୍‍ପିଙ୍ଗ୍‍ ଶିଖର ବୈଠକ

ଚେନ୍ନଇ :  ଭାରତ ଓ ଚୀନ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭର ଉଦ୍ୟମ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି.ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ତାମିଲନାଡୁର ମାମଲାପୁରମ୍‍ଠାରେ ଶନିବାର ଦ୍ୱିତୀୟ ଦିନର ଅନୌପଚାରିକ ଆଲୋଚନା ଶେଷ ହୋଇଛି।  ତାଜ୍‍ ଫିସରମେନ୍ସ କୋଭ୍‍ ହୋଟେଲରେ ଉଭୟ ନେତାଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ହୋଇଛି। କଥାବାର୍ତ୍ତାରେ ସାଂପ୍ରତିକ ଭୌଗୋଳିକ-ରାଜନୈତିକ ପ୍ରସଙ୍ଗ ସମେତ ବିଭିନ୍ନ ବିଷୟ ସ୍ଥାନ ପାଇଛି। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋବାଲ୍‍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏହି ଅଣଆନୁଷ୍ଠାନିକ ବୈଠକରେ ଦୁଇନେତା ପ୍ରାୟ ଏକଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ ।

ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ପୂର୍ବରୁ ଭାରତ ଓ ଚୀନ୍‍ ପୁରାତନ ସମୟରେ ବିଶ୍ୱର ଦୁଇ ବୃହତ ଅର୍ଥନୈତିକ ଶକ୍ତି ଥିଲେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ବର୍ତ୍ତମାନ ମଧ୍ୟ ଉଭୟ ଦେଶ ବିଶ୍ୱର ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ର ହୋଇପାରିଛନ୍ତି।  ୱୁହାନ୍‍ ଶିଖର ବୈଠକ ସମୟରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୱୁହାନ୍‍ ଶିଖର ବୈଠକ ସମୟରେ ଦୁଇଦେଶ ସେମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ବିବାଦ ଭାବେ ଗ୍ରହଣ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କ ବୃଦ୍ଧି ପାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।
ଆଲୋଚନା ଶେଷରେ ଉଭୟ ନେତା ହସ୍ତଶିଳ୍ପ କାର୍ଯ୍ୟ ଦେଖିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱତନ୍ତ୍ରଭାବେ ବୁଣାଯାଇଥିବା ଏକ ସାଲ୍‍କୁ ଚୀନ ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି। ସେହି ସାଲ୍‍ରେ ଚୀନ୍‍ ରାଷ୍ଟ୍ରପତିଙ୍କର ଛବି ରହିଛି। କୋଇମ୍ବାଟୁର ସ୍ଥିତ ସିରୁମୋଗାଇର ଜଣେ ହସ୍ତଶିଳ୍ପୀ ସେହି ସାଲ୍‍ଟିକୁ ବୁଣିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଚୀନ ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର କାଞ୍ଚିପୁରମ୍‍ ସିଲ୍‍କ ଶାଢ଼ୀ ଉପହାର ଦେଇଛନ୍ତି।

- Advertisement -

ଶୁକ୍ରବାର ଶିଖର ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚୀନ୍‍ ରାଷ୍ଟ୍ରପତିଙ୍କୁ ମାମଲାପୁରମ୍‍ର ଐତିହାସିକ ସ୍ଥଳୀଗୁଡ଼ିକୁ ବୁଲି ଦେଖାଇଥିଲେ। ସେହି ସହରର ଚୀନ୍‍ ସହ ଐତିହାସିକ ସଂପର୍କ ରହିଛି। ଗତରାତିରେ ଶ୍ରୀ ମୋଦୀ ଚୀନ୍‍ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜନ କରିଥିବା ନୈଶଭୋଜିସଭା ବହୁସମୟ ଧରି ଚାଲିଥିଲା। ଏଥିରୁ ଦୁଇ ନେତାଙ୍କ ମଧ୍ୟରେ ଥିବା ଘନିଷ୍ଠ ସଂପର୍କ ଦେଖିବାକୁ ମିଳିଛି। ଚୀନ୍‍ ରାଷ୍ଟ୍ରପତି ଗତକାଲି ଶ୍ରୀ ମୋଦୀଙ୍କ ସହ ଆଲୋଚନା ସମୟରେ ଉଭୟ ଭାରତ ଓ ଚୀନ୍‍ ସନ୍ତ୍ରାସବାଦ ଏବଂ ମୌଳବାଦ ଭଳି ସମାନଧରଣର ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହୋଇଆସୁଛନ୍ତି ବୋଲି ଦର୍ଶାଇଥିଲେ। ଉଭୟ ନେତା ସେମାନଙ୍କର ଜାତୀୟ ଦୃଷ୍ଟିଭଙ୍ଗୀ ଓ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ପାରସ୍ପରିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଉପାୟମାନ ଖୋଜି ବାହାର କରିବାକୁ ଦୁଇନେତା ଏକମତ ହୋଇଥିଲେ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories