www.samajalive.in
Friday, December 5, 2025
20.1 C
Bhubaneswar

ମାନସିକ ଚାପରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସରଳ ଉପାୟ

ଦୈନନ୍ଦିନର ବ୍ୟସ୍ତ ବହୁଳ ଜୀବନଶୈଳୀ, କାମ ଚାପ, ପାରିବାରିକ ଚିନ୍ତା ଏହିଭଳି ଆହୁରି କିଛି ସମସ୍ୟାକୁ ନେଇ ମଣିଷ ଚାପଗ୍ରସ୍ତ ହୋଇଥାଏ। ସବୁବେଳେ ଏପରି ଚାପଗ୍ରସ୍ତ ତଥା ଚିନ୍ତିତ ରହିଲେ ଏହାର ପ୍ରଭାବ ଧିରେଧିରେ ଶରୀର ଉପରେ ପଡ଼େ। ଏପରିକି ମଣିଷ ମାନସିକ ବିଷାଦଗ୍ରସ୍ତ(ଡିପ୍ରେସନ୍‍)ର ଶିକାର ମଧ୍ୟ ହୋଇପାରେ। ତେବେ ଆପଣ ଚାହିଁଲେ ନିଜେ ଆପଣଙ୍କ ଚାପ ଦୂର କରିପାରିବେ। ଯଦି ଏକ ଷ୍ଟ୍ରେସ୍‍ ଫ୍ରି ଜୀବନ ଚାହୁଁଛନ୍ତି, ତାହେଲେ ନିମ୍ନଲିଖିତ ଉପାୟ ଅବଲମ୍ବନ କରନ୍ତୁୂ।

-ପ୍ରତିଦିନ କିଛି ସମୟ ପାଇଁ ନିଜକୁ ସମସ୍ତ ପ୍ରସଙ୍ଗରୁ ଦୂରେଇ ରଖନ୍ତୁ। ସାରାଦିନର କାମ, ଚିନ୍ତା ଏହି ସବୁଥିରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବ। ଫଳରେ ଆପଣ ହାଲକା ଅନୁଭବ କରିବେ।
-ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ି ପାରିବେ। କିଛି ଲେଖାଲେଖି କରିବା ଅଭ୍ୟାସ ମଧ୍ୟ କରିବା ଦରକାର।
-ଅନେକ ସର୍ଭେରୁ ଜଣାପଡ଼ିଛି ଯେ ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହି ଉପାୟ ଆପଣେଇ ପାରିବେ।
-ପ୍ରାତଃ ଭ୍ରମଣ କରିପାରିବେ। ଏହାଦ୍ୱାରା କିଛି ସମୟ ଖୋଲାରେ ବିତାଇ ପାରିବେ।
-ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଏହି ଦିନ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଏଥସହ ଗେମ୍‌ ମଧ୍ୟ ଖେଳନ୍ତୁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories