www.samajalive.in
Saturday, December 6, 2025
19.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୩। ୬। ୨୦୨୦)

ମେଷ: ପଛଘୁଞ୍ଚା ନ ଦେଇ ଚାଲୁ ରହିଥିବା କାର୍ଯ୍ୟକୁ ଆଗେଇ ନେବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପ୍ରିୟଭାଷୀ ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ।

ବୃଷ: କେହି ଚେଷ୍ଟା କଲେ ବି ଆପଣଙ୍କ ହାତରୁ ସୁଯୋଗକୁ ଛଡ଼ାଇ ନେଇ ପାରିବେ ନାହିଁ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ସରକାରୀ ଲାଭ ମିଳିବ।

- Advertisement -

ମିଥୁନ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଉଚ୍ଚ ପଦ-ପଦବୀରେ ମଣ୍ଡିତ ହେବେ। ଉନ୍ନୟନ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ଧନଲାଭ କରିପାରନ୍ତି। ବସ୍ତ୍ର-ଭୂଷଣଧାରୀ ହେବେ। ଦିନଟି ସୁଖମୟ ହେବ।

କର୍କଟ: ରୋଜଗାର ଯଥେଷ୍ଟ ପରିମାଣର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ଆଶା ଫଳବତୀ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ଜନପ୍ରିୟ ହେବେ। ବାଣିଜ୍ୟରେ ଧନ ସଂଗ୍ରହ କରିପାରନ୍ତି। ବିଚକ୍ଷଣ ହେବେ। ସଙ୍ଗୀତପ୍ରିୟ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମାନୁରକ୍ତ ହେବେ।

କନ୍ୟା: ହଜିଥିବା ଦ୍ରବ୍ୟ ମିଳିପାରେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।

ତୁଳା: ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସମ୍ବାଦ ପାଇ ଭାବବିହ୍ବଳ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବିଛା: କର୍ତ୍ତବ୍ୟନିଷ୍ଠ ଭାବେ ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପୁରସ୍କୃତ ହେବେ। କୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ ସହ ଏହାର ସଦ୍‌ବ୍ୟବହାର କରି ଜନତାଙ୍କର ପ୍ରିୟପାତ୍ର ହେବେ। ପ୍ରବଚନ ଶୁଣିବାକୁ ଇଚ୍ଛା କରିବେ।

ଧନୁ: ଖସି ଯାଇଥିବା ସୁବିଧା-ସୁଯୋଗ ପୁଣି ହାତକୁ ଆସିପାରେ। ଧନଲାଭର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଯାନବାହନରେ ସତର୍କତା ଆବଶ୍ୟକ।

ମକର: ଆଶା କରୁଥିବା ସୁବିଧା ସୁଯୋଗ ପୁଣି ହାତକୁ ଆସିବ। ପରୋପକାରୀ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ଶୁଭକାର୍ଯ୍ୟ କରିପାରନ୍ତି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।

କୁମ୍ଭ: ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ଶତ୍ରୁକୁ ପରାଜିତ କରିବେ। ମାନସିକ ସ୍ତରରେ ଶାନ୍ତି ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଋଣ ପରିଶୋଧ କରିବେ।

ମୀନ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତର ଅପୂର୍ବ ସୁଯୋଗ ଜୁଟିଛି। ସୁସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories