www.samajalive.in
Sunday, December 7, 2025
18.1 C
Bhubaneswar

ସହିଦ କ‌େର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଲେ ତେଲଙ୍ଗାନା ସରକାର

ହାଇଦରାବାଦ : ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କ‌େର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲଙ୍ଗାନା ସରକାର ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଇଛନ୍ତି। ସହିଦ ସନ୍ତୋଷଙ୍କ ପତ୍ନୀ ସନ୍ତୋଷୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୂର୍ଯ୍ୟପେଟ ଜିଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି। କ‌େର୍ଣ୍ଣଲ ସନ୍ତୋଷଙ୍କ ଘରେ ପତ୍ନୀ ସହିତ ପୁଅ-ଝିଅ ଓ ବାପ-ମା ଅଛନ୍ତି। ସହିଦ ସନ୍ତୋଷଙ୍କ ପିତା ଜଣେ ଶାରୀରିକ ଶିକ୍ଷା ଶିକ୍ଷକ। ସହିଦ ସନ୍ତୋଷଙ୍କ ପତ୍ନୀଙ୍କୁ ଚାକିରି ସହିତ ତେଲଙ୍ଗାନା ସରକାର ତାଙ୍କ ପରିବାରକୁ ୫କୋଟି ଟଙ୍କା ଓ ୬୦୦ ୟାର୍ଡ ସରକାରୀ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସହିଦ ସନ୍ତୋଷ ହାଇଦରାବାଦର ସୈନିକ ସ୍କୁଲରୁ ପାଠପଢା ଶେଷ ପରେ ଏନଡିଏ ପାଇଁ ମନୋନୀତ ହୋଇଥିଲେ। ୨୦୦୪ରେ ସେ ସେନାରେ ଯୋଗ ଦେଇଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories