www.samajalive.in
Saturday, December 6, 2025
16.1 C
Bhubaneswar

ନବଦମ୍ପତିଙ୍କ ପାଇଁ କିଛି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ଜନ୍ମ ଜନ୍ମର ବନ୍ଧନ ମଧ୍ୟ କୁହାଯାଏ। ଏହି କାରଣରୁ ନବ ଦମ୍ପତି ନିଜ ସମ୍ପର୍କରେ ସର୍ବଦା ମଧୁରତା ରହିବା ପାଇଁ ଓ ସୁଦୃଢ ରହିବା ପାଇଁ କିଛି ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ….
– ନବଦମ୍ପତି ନିଜ କକ୍ଷରେ କାଚର ପାତ୍ରରେ ଛୋଟ ଛୋଟ ଲାଲ ରଙ୍ଗର ମହମବତୀ ଲଗାନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
– ଶୟନ କକ୍ଷରେ ଏପରି ସ୍ଥାନରେ ଦର୍ପଣ ରଖନ୍ତୁ। ଯେପରି ଖଟର ପ୍ରତିବିମ୍ବ ଏଥିରେ ଦେଖାଯିବ ନାହିଁ।
– ପ୍ରତ୍ୟେକ ଶୁକ୍ରବାର ଅଥବା ପୂର୍ଣ୍ଣମା ଦିନ କକ୍ଷକୁ ନିଶ୍ଚୟ ଲୁଣ ପାଣିରେ ପୋଛନ୍ତୁ।
– ଖଟରେ ଯେଉଁପଟରୁ ମୁଣ୍ଡ କରି ଶୋଉଥିବେ , ସେହି ପଟ କାନ୍ଥରେ ଦମ୍ପତିଙ୍କ ନିଜର ଫଟୋ ଲଗାନ୍ତୁ।
– ସନ୍ତାନ ସୁଖ ପ୍ରାପ୍ତି ପାଇଁ ପ୍ରଭୁ କୃଷ୍ଣଙ୍କ ଫଟୋ ଲଗାଇ ପାରିବେ।
– ନବଦମ୍ପତି ନିଜ କକ୍ଷରେ କାଠରେ ନିର୍ମିତ ଫର୍ଣ୍ଣିଚର ହିଁ ରଖିବେ।
– ନିଜ କକ୍ଷକୁ ହାଲକା ରଙ୍ଗର ଜିନିଷରେ ସଜାଇବା ଉଚିତ।
– ମୁଖ୍ୟ ଦ୍ୱାର ଆଡକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ।
– କକ୍ଷରେ ଭଙ୍ଗାତୁଟା ଅଥବା ଖରାପ ବୈଦ୍ୟୁତିକ ଉପକରଣ, ବନ୍ଦ ଘଣ୍ଟା ରଖିବା ଉଚିତ ନୁହେଁ।
– କକ୍ଷକୁ ସର୍ବଦା ସଫାସୁତୁରା ରଖନ୍ତୁ। ନଚେତ ଏହାର କୁପ୍ରଭାବ ସମ୍ପର୍କ ଉପରେ ମଧ୍ୟ ପଡିଥାଏ।
– ଶୟନ କକ୍ଷରେ ଜଳର ଚିତ୍ର ଲଗାନ୍ତୁ ନାହିଁ।
– ଶନିବାର ଦିନ ହିଁ ଅଟା କିଣନ୍ତୁ କିମ୍ବା ପେଷାନ୍ତୁ।

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories