www.samajalive.in
Sunday, December 14, 2025
16.1 C
Bhubaneswar

ବ୍ରିଟେନରେ ଆରମ୍ଭ ହେଲା କରୋନା ଟୀକାକରଣ

ଲଣ୍ଡନ: ବ୍ରିଟେନରେ ମଙ୍ଗଳବାର କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ୍‌ ସରକାର ଫାଇଜର-ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାକୁ ଗତ ସପ୍ତାହରେ ଅନୁମତି ଦେବା ପରେ ଆଜି ତାହା ଲୋକଙ୍କୁ ଦିଆଯାଇଛି।

- Advertisement -

ଯେଉଁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି, ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯାଉଛି। ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଏବଂ ଜାତୀୟ ସ୍ବାସ୍ଥ୍ୟ ସେବା(ଏନଏଚଏସ)ର କାର୍ଯ୍ୟକର୍ତ୍ତାମାନଙ୍କୁ ଟିକାକରଣ ପାଇଁ ଗୁରୁତ୍ଵ ଦିଆଯାଇଛି।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜିର ଦିନକୁ ଭି-ଡେ ବା ଭ୍ୟାକ୍ସିନ-ଡେ ଭାବେ ଘୋଷଣା କରିଛନ୍ତି। ଲମ୍ବା ସମୟ ଧରି ବ୍ରିଟେନ ଜାରି ରଖିଥିବା କରୋନା ଯୁଦ୍ଧର ଅସଲି ଲଢ଼େଇ ଆଜିଠାରୁ ଆରମ୍ଭ ହେଲା ଏବଂ ଏହା କରୋନା  ମୁକାବିଲା ଦିଗରେ ସବୁଠୁ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଜନସନ୍‌ କହିଛନ୍ତି।

ସୂଚନା ଅନୁସାରେ, ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୧୭ ଲକ୍ଷ ୩୭ ହଜାର ୯୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ୬୧ ହଜାର ୪୩୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories