www.samajalive.in
Monday, December 15, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସଚେତନତା କାର୍ଯ୍ୟକ୍ରମ

ତିଗିରିଆ: ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନାକୁ ନେଇ ତିଗିରିଆ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରିବା ଲାଗି ତିଗିରିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏଥିରେ ଚାଷୀମାନଙ୍କୁ ବର୍ଷକୁ ମିଳୁଥିବା ଦୁଇଟି କିସ୍ତିର ପ୍ରୋତ୍ସାହନ ରାଶି କିଭଳି ଅଞ୍ଚଳର ସମସ୍ତ ଚାଷୀମାନେ ପାଇପାରିବେ ଏବଂ ଏଥିପାଇଁ ଆବଶ୍ୟକ ହେଉଥିବା ପଞ୍ଜୀକରଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଯେଉଁ ଚାଷୀମାନେ ଇ-କେୱାଇସି କରିନାହାଁନ୍ତି ସେମାନେ ନିଜର ଆଧାର ପତ୍ର ଓ ବ୍ୟବହାର କରୁଥିବା ମୋବାଇଲ ନମ୍ବର ୧୫ ଅଗଷ୍ଟ ସୁଦ୍ଧା ସହଜ ଜନସେବା କେନ୍ଦ୍ରଗୁଡ଼ିକରେ କରାଇ ନେବାକୁ ବୈଠକରେ ଅନୁରୋଧ କରାଯିବା ସହିତ ବିଭାଗୀୟ କର୍ମଚାରୀମାନେ ଏ ନେଇ ବ୍ୟାପକ ଜନସଚେତନା କରିବା ଦିଗରେ ଆଗଭର ହେବାକୁ ନିଷ୍ପତ୍ତି ହୋଇଥିଲା ।

- Advertisement -

ଏହା ନକଲେ ଆଗାମୀ ଦିନରେ କୃଷି ଭିତ୍ତିକ ସରକାରୀ ପ୍ରୋତ୍ସାହନ ରାଶିର କିସ୍ତି ପାଇବାରୁ ଚାଷୀମାନେ ବଞ୍ଚିତ ହେବେ ବୋଲି ସୂଚନା ଦିଆଯାଇଥିଲା । ଏଥି ପାଇଁ  ତିଗିରିଆ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ସରିବା ପରେ ବ୍ଲକର ସମସ୍ତ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଏକ ସଚେତନ ଗାଡ଼ି ବ୍ଲକର ୧୪ ପଞ୍ଚାୟତକୁ ପରିକ୍ରମା କରିବା ଲାଗି ଶୁଭାରମ୍ଭ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ମନୋଜ କୁମାର ଚୌଧୁରୀ, ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଗୌରହରି ପରିଡ଼ାଙ୍କ ସମେତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ, ଆତ୍ମା ସଦସ୍ୟ, ଉଦ୍ୟାନ କୃଷି କର୍ମଚାରୀମାନେ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories