www.samajalive.in
Monday, December 15, 2025
15.1 C
Bhubaneswar

ତିଗିରିଆର ବିଭିନ୍ନ ଗ୍ରାମରେ ରାମନବମୀ ବ୍ରତ

ତିଗିରିଆ : ତିଗିରିଆ ବ୍ଳକର ପୁରପଲ୍ଲୀରେ ମର୍ଯ୍ୟା‌ଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ଗୁରୁବାର ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ପୀଠରେ ରାମନବମୀ ବ୍ରତ ଆରମ୍ଭ ହୋଇଛି। ଶହଶହ ପୁରୁଷ ଓ ମହିଳା ବ୍ରତଧାରୀମାନେ ନବ ଦିନ ବ୍ୟାପୀ ପୀଠଗୁଡିକରେ ଅବସ୍ଥାନ କରିବା ସହିତ ସାମୁହିକ ଆରାଧନା ଆରମ୍ଭ କରିଛନ୍ତି । ପୀଠଗୁଡିକରେ ଗୁରୁବାର ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ବ୍ରତଧାରୀମାନେ ବିଭିନ୍ନ ଜଳ ଉତ୍ସରୁ ଜଳଯାତ୍ରା କରି ପୀଠରେ କଳସ ସ୍ଥାପନ କରିଛନ୍ତି। ଏହା ପରେ ପ୍ରତ୍ୟେକ ପୀଠରେ ବୈଦିକ ହୋମ ଯଜ୍ଞ ଏବଂ ସ୍ଵତନ୍ତ୍ର ପୂଜା ସେବା ମଧ୍ୟରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରିଛନ୍ତି। ଏହା ପ୍ରତିଟି ଗାଁ ଗହଳିରେ ଆଧ୍ୟାତ୍ମିକ ବାତାବରଣ ଭରିଦେଇଛି।

- Advertisement -

ଏହି ନବମୀ ଅବସରରେ ଚଳିତ ବର୍ଷ ଗଦାଧରପୁର ଗ୍ରାମର ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି। ସକାଳ ସାଢେ଼ ୧୦ଟା ସମୟରେ ପୀଠ ନିକଟସ୍ଥ ଖଳିନାଳ ବାଲିତୁଠ ଠାରୁ ୩୫୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବ୍ରତଧାରୀ କଳସ ଯାତ୍ରା କରିଥିଲେ। ଉକ୍ତ ପୀଠରେ ପ୍ରତ୍ୟେହ ରାତିରେ ରାମାୟଣ ଗୀତିନାଟ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସେହିଭଳି ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ମନ୍ଦିରରେ ବିଜେ ଚତୁର୍ଦ୍ଧା ବିଗ୍ରହ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ସ୍ଵତନ୍ତ୍ର ଜନ୍ମନାରାୟଣ ବେଶ ଅନୁଷ୍ଠିତ ହୋଇଛି। ଉକ୍ତ ପୀଠରେ ଚଳିତ ମାସ ୭ ତାରିଖରେ ପୂର୍ଣ୍ଣାହୂତି ପର୍ବ ଅନୁଷ୍ଠିତ ହେବ। ସେହିଭଳି ବ୍ଳକର ବିନ୍ଧାଣୀମା, ମାନପୁର, ହରିଶରଣପୁର, ଗୋକର୍ଣ୍ଣଖାଲ, ହରିଡ଼ାପଶି, କୋଇଲକନ୍ୟା, ପାଞ୍ଚଗାଁ, ତିଗିରିଆ, ଗୋପୀନାଥପୁର ଶାସନ, ନୂଆପାଟଣା, ବାସୁଦେବପୁର, ବେଲଅଣ୍ଟା, ବନମାଳୀପୁର ଆଦି ଗ୍ରାମରେ ବିଭିନ୍ନ ପୀଠରେ ରାମ ନବମୀ ବ୍ରତ ପାଳନ କରାଯାଉଛି। ଅନେକ ପୀଠରେ ଏହି ଅବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାମଲୀଳା ଗୀତିନାଟ୍ୟର ଆୟାଜନ କରାଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories