www.samajalive.in
Sunday, December 7, 2025
13.1 C
Bhubaneswar

ବାଘଛାଲ ଜବତ, ୨ ଅଟକ

ଫୁଲବାଣୀ: ଫୁଲବାଣୀ ବନ ବିଭାଗକୁ ମିଳିଛି ଆଜି ଏକ ବଡ଼ ସଫଳତା। ଫୁଲବାଣୀ ଡିଏଫ୍‍ଓ ଲକ୍ଷ୍ମୀକାନ୍ତ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ବନ କର୍ମଚାରୀ ଟିମ୍‍ ଫୁଲବାଣୀ ନିକଟସ୍ଥ ଗୁଦାରି ପଂଚାୟତର ମଲିକ ସାହି ନିକଟରେ ଚଢାଉ କରି ଏକ ଅଟୋ ଜବତ କରିବା ସହିତ ସେଥିରେ ଥିବା ଏକ ବାଘଛାଲ ମଧ୍ୟ ଜବତ କରିଛନ୍ତି। ଜବତ ବାଘ ଛାଲର ମୂଲ୍ୟ ବଜାରରେ ପ୍ରାୟ ୬୦ ହଜାରରୁ ଅଧିକ ହେବ ବୋଲି ଜଣାଯାଇଛି। ଏ ସଂକ୍ରାନ୍ତରେ ବନ ବିଭାଗ ଏକ ମାମଲା ରୁଜିକରିବା ସହିତ ଅଟୋ ଚାଳକ ଅର୍ଜୁନ ମୁଣ୍ଡା ସହିତ ଶୀକାର ତ୍ରିନାଥ ନାୟକ ୨ ଜଣକୁ ଅଟକି ରଖି ଅଧିକ ପଚରା ଉଚରା ଚଳାଇଛି। ଅଟୋ ଚାଳକ ଘର ସୁଡୁରକୁମ୍ପା ବନାଞ୍ଚଳ ଅନ୍ତର୍ଗତ ଜାକରେଜୁ ଅଞ୍ଚଳରେ ଓ ଶୀକାରିର ଘର ଏହି ବନାଞ୍ଚଳ ଅନ୍ତର୍ଗତ ଜାଣମେଣି ବୋଲି ବନ ବିଭାଗ ସୂଚାନ ଦେଇଛି। ଜବତ ବାଘ ଛାଲଟି ଏକ ଚିତା ବାଘର। ବାଘଟିକୁ କନ୍ଧମାଳର ସୁଡ଼ୁରୁକୁମ୍ଫା ଜଙ୍ଗଲରୁ ଶୀକାର କରାଯାଇଛି ନା ଅନ୍ୟ କୌରସି ସ୍ଥାନରୁ ତାହାର ମଧ୍ୟ ତଦନ୍ତ ଚାଲିଥିବା ବେଳେ ଜବତ ଚମଡ଼ାର ରକମର ବାଘ କନ୍ଧମାଳରେନଥିବା ଯୋଗୁଁ ଏହା ଅନ୍ୟ ଅଞ୍ଚଳର ବୋଲି ସନ୍ଦେହ କରାଯାଇଛି। ଜବତ ବାଘ ଛାଲଟିକୁ ଫୁଲବାଣୀର ଜନୈକ ବ୍ୟକ୍ତିକୁ ବିକ୍ରି କରିିବା ପାଇଁ ଆଣୁଥିବା ବନ ବିଭାଗ ତଦନ୍ତରୁ ଜାଣି ପାରିଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ପ୍ରବୀଣ ମହାକୁଡ଼ ଓ ବିରେନ୍ଦ୍ର ପଟନାୟକ, ଫରେଷ୍ଟଗାର୍ଡ଼ ପ୍ରେମାନନ୍ଦ ପାତ୍ର, ନରେନ୍ଦ୍ର ଭୋଇ, ଅରବିନ୍ଦ ସାହୁ, ପାର୍ବଣ ମାଝୀଙ୍କ ସମେତ ବହୁ କର୍ମଚାରୀ ମାନେ ଚଢାଉଚରେ ସାମିଲ୍‍ ହୋଇଥିଲେ। ତେବେ ଏହି ବାଘଛାଲ ଘଟଣରେ ଆହୁରି ଅଧିକ ସାମିଲ୍‍ ଥିବା ବନ ବିଭାଗ ସନ୍ଦେହ କରି ଅଧିକ ତଦନ୍ତ ଆରମ୍ଭ କରିଥିବାର ବନ ବିଭାଗ ସୂତ୍ରରୁ ପ୍ରକାଶ। ତେବେ ଗିରଫ ଅର୍ଜୁନର ଓଡ଼ିଶା ବାହାରେ ଲିଙ୍କ୍‍ ଥିବା ସନ୍ଦେହ ନେଇ ତଦନ୍ତ ଚାଲିଛି। ଏଥି ସହିତ ବନ ବିଭାଗ ଶୀକାରିର ଘରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିବା ପ୍ରକାଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories