www.samajalive.in
Sunday, December 7, 2025
23.1 C
Bhubaneswar

୨ ବାଘଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ; ଭିଡ଼ିଓ ଭାଇରାଲ

ରାଜସ୍ଥାନ : ରାଜସ୍ଥାନର ସବାଇ ମାଧୋପୁରରେ ରାନଥାମବୋରେ ଜାତୀୟ ଉଦ୍ୟାନରେ ଦୁଇଟି ବାଘ ପରସ୍ପର ମଧ୍ୟ ଝଗଡ଼ା କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ଦୁଇ ବାଘ ମଧ୍ୟରେ ହୋଇଥିବା ଏହି ଲଢେଇକୁ ଜଣେ ଭାରତୀୟ ବନ୍ୟ ଅଧିକାରୀ ସେୟାର କରିଛନ୍ତି। ବାଘଙ୍କ ମଧ୍ୟରେ ଏହି ଲଢେଇ ଗତ ବର୍ଷ ଅକ୍ଟୋରବର ବୋଲି ଜଣାପଡ଼ିଛି। ସେଠାରେ ସେହି ସମୟରେ ଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ଼ କରିଥିଲେ।


କୁହାଯାଇଛି ବହୁ ସମୟରେ ଏଠାରେ ବାଘଙ୍କ ମଧ୍ୟରେ ଯୁଦ୍ଧ ହୋଇଥାଏ। ଯାହା ପ୍ରାଣଘାତୀ ମଧ୍ୟ ହୋଇଥାଏ। ଏହାସହ ଜାତୀୟ ଉଦ୍ୟାନର କର୍ମଚାରୀଙ୍କ ମତରେ ଅନେକ ସମୟରେ ୨ଟି ବାଘଙ୍କ ମଧ୍ୟରେ ଏଭଳି ଝଗଡ଼ା ଦେଖିବାକୁ ମିଳିଥାଏ।
ବନ ବିଭାଗ ଅଧିକାରୀଙ୍କ ମତରେ ଗୋଟିଏ ବାଘ ନିଶ୍ଚୟ ଗଭୀର ଆହତ ହୋଇଥାଏ। ଏହି କାରଣରୁ ବାଘଙ୍କ ଉପରେ ନଜର ରଖାଯିବା ସହ ପରସ୍ପରକୁ ନିଜ ଅଂଚଳରେ ରହିବା ପାଇଁ ସେମାନଙ୍କ ଉପରେ ନଜର ରଖାଯାଏ।
ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲକ୍ଷାଧିକ ଲୋକେ ବର୍ତ୍ତମାନ ଏହାକୁ ଦେଖିସାରିଲେଣି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories