ଇନ୍ଦୋର: ଇନ୍ଦୋର ପହ୍ଲର ନଗରରେ ଶୁକ୍ରବାର ଏକ ବାଘ ଆତଙ୍କ ଖେଳାଇଥିଲା। ବାଘଟି ଜନବସତିର ଗୋଟିଏ ଘରୁ ଅନ୍ୟ ଘରକୁ ପଶିବା ବେଳେ ତା’ ସାମନାରେ ଯିଏ ପଡ଼ିଲା, ତାହାକୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ଏଥିରେ ଆହତ ୪ଜଣଙ୍କ ମଧ୍ୟରେ ଦୁଇ ବନ ଅଧିକାରୀ ରହିଛନ୍ତି। ଦୀର୍ଘ ସମୟ ଉଦ୍ଧାର କାର୍ଯ୍ୟ ପରେ ବନ ବିଭାଗ ଅଧିକାରୀ ବାଘଟିକୁ ଟ୍ରାଙ୍କୁଲାଇଜର ଦେଇ କାବୁ କରିବାରେ ସକ୍ଷମ ହୋଇଥିଲେ।
Popular Categories



