www.samajalive.in
Saturday, December 6, 2025
15.1 C
Bhubaneswar

ବିବାହରେ ସମସ୍ୟା ସୃଷ୍ଟି ହେଉଥିଲେ ଗୁରୁବାର କରନ୍ତୁ ଏହି କାର୍ଯ୍ୟ

ଜାତକରେ ଗୁରୁ ଗ୍ରହଙ୍କ ଦୋଷ କାରଣରୁ ସାଧାରଣତଃ ବିବାହ କ୍ଷେତ୍ରରେ ସମସ୍ୟା କିମ୍ବା ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବୃହସ୍ପତି ସମସ୍ତ ଦେବାଦେବୀଙ୍କ ଗୁରୁ ଓ ଗୁରୁବାର ଦିନ ବୃହସ୍ପତିଙ୍କୁ ସମର୍ପିତ। ଦେବ ବୃହସ୍ପତି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଆନ୍ତି। ଏଭଳି ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ (କନ୍ୟା ଓ ପୁରୁଷ) ଉଭୟ କିଛି ବିଶେଷ ଉପାୟ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ଜାଣନ୍ତୁ ………
ଗୁରୁବାର ଦିନ ମହିଳାମାନେ ନିଶ୍ଚୟ ବ୍ରତ ରଖନ୍ତୁ।
ଏହି ଦିନ ପୂଜା କାର୍ୟ୍ୟରେ ହଳଦିଆ ରଙ୍ଗର ଫୁଲ, ଚଣା ଡ଼ାଲି, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ।
ଭୋଜନରେ ମଧ୍ୟ ଚଣା ଡ଼ାଲିର ପ୍ରୟୋଗ କରନ୍ତୁ। ଲୁଣ ନଖାଇବାକୁ ଚେଷ୍ଟା କରନ୍ତୁ। ଯଦି ପାରିବେ ଏହି ଦିନ ଏକ ଥର ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ।
ଗୁରୁବାର ଦିନ ପୂଜାର୍ଚ୍ଚନା ପରେ ବୃହସ୍ପତି ଦେବଙ୍କ ବ୍ରତ କଥା ଶୁଣନ୍ତୁ। ଏପରି କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ।
ଏହିଦିନ କଦଳୀ ବୃକ୍ଷ କିମ୍ବା କଦଳୀକୁ ମଧ୍ୟ ପୂଜା କରାଯାଏ। ତେଣୁ ଏହି ଦିନ କଦଳୀ ଖାଇବା ଉଚିତ ନୁହେଁ।
ଗୁରୁବାର ଦିନ ମନ୍ଦିରରେ ଚଣାଡ଼ାଲି ଓ କେସରର ଦାନ କରନ୍ତୁ
ଏହିଦିନ କେସର ତିଲକ ମସ୍ତକରେ ନିଶ୍ଚୟ ଲଗାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories