www.samajalive.in
Sunday, December 7, 2025
26.1 C
Bhubaneswar

ତାମିଲନାଡୁ ହାଜତ ମୃତ୍ୟୁ ମାମଲା; ୪ ପୁଲିସ ଅଧିକାରୀ ଗିରଫ

ଚେନ୍ନାଇ: ତାମିଲନାଡୁ ହାଜତ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ୪ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଶ୍ରୀଧର, ଏସଆଇ ରଘୁ ଗଣେଶ ଓ ବାଲକ୍ରିଷ୍ଣନ ଏବଂ କନଷ୍ଟେବଳ ମୁରୁଗାନ ରହିଛନ୍ତି। ଏହା ସହିତ କ୍ରାଇମବ୍ରାଞ୍ଚ ପୂର୍ବ ମାମଲାକୁ ବଦଳାଇ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରିଛି। ପୂର୍ବରୁ ପୁଲିସ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି କହିଥିଲା। ଆଇଜି ଏବଂ କ୍ରାଇମବ୍ରାଞ୍ଚ ଏସପିଙ୍କ ଅଧୀନରେ ୧୨ଟି ସ୍ପେଶାଲ ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ ୧୯ରେ ପୁଲିସ ଟୁଟିକୋରିନ ସହରର ଜଣେ ମୋବାଲଇ ଦୋକାନୀ ୬୨ ବର୍ଷୀୟ ଜୟରାଜ ଏବଂ ତାଙ୍କ ପୁଅ ବେନିକ(୩୧)ଙ୍କୁ ଗିରଫ କରିଥିଲା। ଲକ୍‌ଡାଉନ କଟକଣା ଲାଗୁ ହୋଇଥିବାବେଳେ ଜୟରାଜ ଦୋକାନ ବନ୍ଦ କରିବାରେ ୧୫ ମିନିଟ୍‌ ବିଳମ୍ବ କରିବାରୁ ପାଟ୍ରୋଲିଂ ପୁଲିସ ତାଙ୍କୁ ତାଗିଦ କରି ଚାଲିଯାଇଥିଲା। ପୁଲିସ ଯିବା ପରେ ଜୟରାଜ ପୁଲିସର ବ୍ୟବହାରକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି କଥା ସେଠାରେ ଥିବା ଜଣେ ଅଟୋ ଡ୍ରାଇଭର ଶୁଣି ପୁଲିସକୁ କହିଦେଇଥିଲା। ତା’ ପରଦିନ ସ୍ଥାନୀୟ ଥାନାର ପୁଲିସ କର୍ମଚାରୀ ପହଞ୍ଚି ଜୟରାଜଙ୍କୁ ତାଙ୍କ ​ଦୋକାନରୁ ଉଠାଇ ନେଇଥିଲା। ଖବର ପାଇ ତାଙ୍କ ପୁଅ ବେନିକ ଥାନାରେ ପହଞ୍ଚିଥିଲେ। ସେତେବେଳେ ପୁଲିସ କର୍ମଚାରୀମାନେ ଜୟରାଜଙ୍କ ମାରପିଟ କରୁଥିଲେ। ଏହା ଦେଖି ବେନିକ ତାଙ୍କ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ କର୍ମଚାରୀଙ୍କୁ ଠେଲି ଦେଇଥିଲେ। ପୁଲିସ ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ବାପା ପୁଅଙ୍କୁ ଗିରଫ କରିବା ସହିତ ହାଜତରେ ନିସ୍ତୁକ ମାଡ଼ ଦେଇଥିଲା। ତାଙ୍କ ପରିବାର ଲୋକେ ରାତି ସାରା ଥାନା ବାହାରେ ଅପେକ୍ଷା କରିଥିଲେ ହେଁ ସେମାନଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନ ଥିଲା। ପରଦିନ ସକାଳେ ଜୟରାଜ ଏବଂ ବେନିକଙ୍କୁ କୋର୍ଟ ଚାଲାଣ କରାଯିବା ପୂର୍ବରୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ କଳା ରଙ୍ଗର ଲୁଙ୍ଗି ଆଣିବାକୁ କହିଥିଲା। କାରଣ ନିସ୍ତୁକ ମାଡ଼ ଯୋଗୁ ବାପା-ପୁଅଙ୍କ ଶରୀରରୁ ରକ୍ତ ସ୍ରାବ ହେଉଥିଲା। ଉଭୟେ ଗୁରୁତର ଅସୁସ୍ଥ ଥିବାରୁ ପୁଲିସ ସେମାନଙ୍କୁ ମେଡିକାଲ ନେଇଥିଲା। ମେଡିକାଲରେ ୩ ଘଣ୍ଟା ରଖିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ବିଚାରପତି ବାପା-ପୁଅଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ। ଉଭୟଙ୍କ ଶରୀରରୁ ରକ୍ତସ୍ରାବ ବନ୍ଦ ନ ହେବାରୁ କୋର୍ଟ କର୍ତ୍ତୃପକ୍ଷ ସେମାନଙ୍କୁ ହସ୍ପିଟାଲ​ରେ ଭର୍ତ୍ତି କରିଥିଲେ। ୨୨ ତାରିଖ ସନ୍ଧ୍ୟାରେ ବେନିକଙ୍କ ମୃତ୍ୟୁ ଘଟିଥିଲା। ପରେ ୨୩ ତାରିଖ ଭୋରୁ ଜୟରାଜଙ୍କ ମୃତ୍ୟୁ ଘଟିଥିଲା।

- Advertisement -

ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୋର୍ଟରେ ବିଚାରପତି ମଧ୍ୟ ଠିକ୍‌ ଭାବେ ମାମଲାର ବିଚାର ନ କରି ହାତଟେକି ଦେଇଥିଲେ ବୋଲି ଜୟରାଜଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories