www.samajalive.in
Saturday, December 6, 2025
15.1 C
Bhubaneswar

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ଶପଥ ନେଲେ ୨୦ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ୨୦ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଗୁରୁବାର ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି।

କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେତେବେଳେ ଅଳ୍ପ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଗୁରୁବାର ନୂଆ ୨୮ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଗୋପାଳ ଭାର୍ଗବ, ବିଜୟ ଶାହ, ଯଶୋଧରା ରାଜେ ସିନ୍ଦିଆଙ୍କ ସମେତ ଅନେକ ବଡ଼ ନେତା ରହିଛନ୍ତି।

- Advertisement -

ମଧ୍ୟପ୍ରଦେଶରେ ବିଜେପି ନୂଆ ସରକାର ଗଠନ କରିବା ପରେ ମନ୍ତ୍ରିମଣ୍ଡଳର ଏହା ପ୍ରଥମ ସମ୍ପ୍ରସାରଣ। କଂଗ୍ରେସରୁ ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଶପଥଗ୍ରହଣ ଉତ୍ସବରେ ଖୋଦ୍‌ ଜ୍ୟୋତିରାଦିତ୍ୟ ସିନ୍ଦିଆ ବି ଉପସ୍ଥିତ ରହିଥିଲେ। ସିନ୍ଦିଆଙ୍କ ସମର୍ଥକ ତୁଳସୀ ସିଲାୱଟ ଏବଂ ଗୋବିନ୍ଦ ସିଂହ ରାଜପୁତଙ୍କୁ ପୂର୍ବରୁ ଗତ ଏପ୍ରିଲରେ ଶିବରାଜଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ କରାଯାଇଥିଲା। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ସଦସ୍ୟ ରହିଥିବାବେଳେ ସର୍ବାଧିକ ୩୫ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ରହିପାରିବେ। ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ କ୍ୟାବିନେଟରେ ମାତ୍ର ୬ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories