www.samajalive.in
Monday, November 17, 2025
17.1 C
Bhubaneswar

ଗୁରୁବାର ରାଶିଫଳ: ଭାଗ୍ୟଶାଳୀ ହେବେ ଏହି ଦୁଇ ରାଶି

ମେଷ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃତ୍ବର ବନ୍ଧନ ନିବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ। ସୁସ୍ଥ ରହିବେ।

ବୃଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ଓ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

- Advertisement -

ମିଥୁନ: ଉଦାର ପ୍ରକୃତିର ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମରେ ତତ୍ପର ହେବେ। ଜଳଯାତ୍ରାରେ ବିପଦ ରହିଛି। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଅମାୟିକ ହେବ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ସୁଖୀ ରହିବେ।

ସିଂହ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ।

କନ୍ୟା: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନସମ୍ପଦ ଭରପୂର ରହିବ। ଶାସ୍ତ୍ରଜ୍ଞ ହେବେ।

ତୁଳା: ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।

ବିଛା: କୁଳ ଉଜ୍ଜ୍ବଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।

ଧନୁ: ଭାଗ୍ୟଶାଳୀ ହେବେ। ସାମୟିକ ଭୋଗ ବିଳାସ କରିପାରନ୍ତି। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ସୁଖୀ ହେବେ।

ମକର: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ଯଶସ୍ବୀ ହେବେ।

କୁମ୍ଭ: ପ୍ରତିଶୋଧ ପରାୟଣ ମନୋବୃତ୍ତିର ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ମିତ୍ରଙ୍କ ସହାୟତା ଆଶା କରିବା ବୃଥା ହୋଇପାରେ।

ମୀନ: ଜଣେ ପରୋପକାରୀ ସମାଜସେବୀ ଭାବେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ବ୍ୟକ୍ତିଗତ ବ୍ୟବସାୟ ଲାଭଦାୟକ ହେବ। ମନରେ ଥିବା ଅହଂକାରକୁ ବିସର୍ଜନ ଦେଇପାରନ୍ତି।

Hot this week

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

ଦିଲ୍ଲୀ ବିସ୍ଫୋରଣ: ଆଇ-୨୦ କାର ମାଲିକ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ...

Related Articles

Popular Categories