www.samajalive.in
Friday, December 5, 2025
19.1 C
Bhubaneswar

୩ରେ ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ତୁଙ୍ଗନେତା। ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ନୂଆପଡ଼ାର ଭୋଟର ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି। ଉଭୟ ନେତା ପ୍ରଚାର କରିବା ପରେ ଭୋଟର ସେମାନଙ୍କ ମତ ସ୍ଥିର କରିବେ ବୋଲି କୁହାଯାଉଛି।
ନଭେମ୍ବର ପହିଲାରୁ ନୂଆପଡ଼ାରେ ପ୍ରଚାର ଜମିବ। ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ। ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ। ଏଥିପାଇଁ ତିନି ଦଳ ପ୍ରସ୍ତୁତ। ପ୍ରଚାର ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଯାଇପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନବୀନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ। ନବୀନଙ୍କ ଗସ୍ତ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରସ୍ତୁତ ଭିଡିଓ ଦଳୀୟ କର୍ମୀଙ୍କ ଦ୍ବାରା ପ୍ରଘଟ କରାଯାଉଛି। ନବୀନ ନିଜେ ମଧ୍ୟ ନୂଆପଡ଼ା ଗସ୍ତ କରିବା ନେଇ ପୂର୍ବରୁ ସୂଚନା ଦେଇସାରିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପନିର୍ବାଚନରେ ଦଳର ଗଡ଼ ରକ୍ଷା କରିବାକୁ ନବୀନ ଦୁଇଥର ନୂଆପଡ଼ା ଯିବେ। ଆସନ୍ତା ୩ ତାରିଖରେ ସେ କୋମନାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୭ ତାରିଖରେ ନବୀନ ଖରିଆର ରୋଡ୍‌ରୁ ନୂଆପଡ଼ା ଯାଏଁ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ୭ ତାରିଖ କାର୍ଯ୍ୟକ୍ରମ ଏବେ ସୁଦ୍ଧା ଚୂଡ଼ାନ୍ତ ହୋଇନି। ହେଲେ ନବୀନ ୨ ଥର ନୂଆପଡ଼ା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, ତିନି ପ୍ରମୁଖ ଦଳର ପ୍ରାର୍ଥୀ ନୂଆପଡ଼ାରେ ପ୍ରଚାର ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ପ୍ରଚାର କରୁଛନ୍ତି। ବହୁ ବିଧାୟକ, ମନ୍ତ୍ରୀ ନୂଆପଡ଼ାରେ ଡେରା ପକାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ତୁଙ୍ଗନେତା। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ନୂଆପଡ଼ା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଓ ଅନ୍ୟମାନେ ପ୍ରଚାର ଜାରି ରଖିଛନ୍ତି। ଆଗକୁ ଦଳର ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories