www.samajalive.in
Saturday, December 6, 2025
17.1 C
Bhubaneswar

ଗୁରୁବାର ବିଶେଷ : କିଛି ସରଳ ଉପାୟ ଦୂର କରେ ଜୀବନର ବହୁ ସମସ୍ୟା

ଗୁରୁବାର ଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ବ୍ୟକ୍ତିଙ୍କ ଭିତରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଜ୍ଞାନ ବୃଦ୍ଧି ହୋଇଥାଏ। ସନ୍ତାନ ପ୍ରାପ୍ତି ପାଇଁ କେତେକ ଲୋକେ ଗୁରୁବାର ଦିନ କିଛି ବିଶେଷ ଉପାୟ ମଧ୍ୟ ଆପଣେଇ ଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଭଗବାନଙ୍କ ଆଶୀର୍ବାଦରୁ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ। ଦୁର୍ଭାଗ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଗୁରୁବାର କିଛି ସହଜ ଉପାୟ ପାଳନ କରିବା ଦ୍ୱାରା ଏହା ଦୂର ହୋଇଥାଏ।
୧ – ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ। ଗୁରୁବାର ଦିନ ପୂଜା ସମୟରେ ହଳଦିଆ ରଙ୍ଗର ଫୁଲ, ଚଣା, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ଏହି ଦିନ ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ।
୨ – ଭୋଜନରେ ଏହି ଦିନ ଚଣାଡ଼ାଲିର ପ୍ରୟୋଗ କରନ୍ତୁ। ଲୁଣର ବ୍ୟବହାର କରନ୍ତୁ ନାହିଁ। ଥରୁଟିଏ ଏହି ଦିନ ଭୋଜନ କରିପାରିବେ।
୩ – ମହିଳା ମାନେ ଗୁରୁବାର ଦିନ ବ୍ରତ ପାଳନ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ।
୪ – ଏହି ଦିନ କଦଳୀକୁ ବିଶେଷ ଭାବେ ପୂଜା କରାଯାଏ। ତେଣୁ ଗୁରୁବାର କଦଳୀ ଖାଇବା ଉଚିତ ନୁହେଁ। ଭଗବାନ ବିଷ୍ଣୁଙ୍କ ନିକଟରେ ଏହି ଦିନ କଦଳୀ ଭୋଗ କରନ୍ତୁ।
୫- ଏହି ଦିନ ଗୃହରେ ପୂଜା କରିବା ଦ୍ୱାରା ମନ୍ଦିରକୁ ମଧ୍ୟ ଯାଆନ୍ତୁ।
୬ – ଗୁରୁବାର ଦିନ ମନ୍ଦିରରେ ଚଣା ଡ଼ାଲି ଓ କେସର ଦାନ କରନ୍ତୁ। ଏପରି କରିବା ଦ୍ୱାରା ଖୁବ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories