www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀ ଦଙ୍ଗା ପଛରେ ଆପ୍‌ ନେତା ! ଘରୁ ମିଳିଲା ପେଟ୍ରୋଲ ବୋମା, ପଥର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ୩୫ ଜଣଙ୍କ ଜୀବନ ଚାଲିଗଲାଣି। ଦଙ୍ଗାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଏବଂ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓ ଭାଇରାଲ ହେବା ଏବଂ ଘରୁ ପେଟ୍ରୋଲ ବୋମା ମିଳିବା ପରେ ଦଙ୍ଗାରେ ତାଙ୍କର କୌଣସି ଭୂମିକା ନ ଥିବା ତାହିର ହୁସେନ କହିଛନ୍ତି। ହିଂସା ସମୟରେ ଦଙ୍ଗାକାରୀମାନେ ତାଙ୍କ ଘରକୁ କବ୍‌ଜା କରିନେଇଥିଲେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଏକ ନାଳରୁ ମିଳିଥିଲା। ଅଙ୍କିତ ଘରକୁ ଫେରୁଥିବାବେଳେ ଦଙ୍ଗାକାରୀମାନେ ତାଙ୍କୁ ଘର ନିକଟରୁ ଭିଡି ନେଇ ମାଡ଼ ମାରିଥିଲେ। ପରେ ତାଙ୍କ ତଣ୍ଟିକୁ କାଟିଦେବା ସହିତ ଗୁଳି କରି ଡ୍ରେନରେ ଫିଙ୍ଗି ଚାଲିଯାଇଥିଲେ। ଏହା ପଛରେ ହୁସେନଙ୍କ ହାତ ଥିବା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଆପ୍‌ ନେତା ହୁସେନ କହିଛନ୍ତି, ମୁଁ ଜଣେ ଶାନ୍ତିପୂର୍ଣ୍ଣ ଭାରତୀୟ ମୁସଲମାନ। ସେ ସର୍ବଦା ହିନ୍ଦୁ-ମୁସଲମାନଙ୍କ ସମ୍ପର୍କ ସୁଦୃଢ଼ ହେବା ଦିଗରେ କାମ କରନ୍ତି ବୋଲି କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories