www.samajalive.in
Friday, December 5, 2025
26.1 C
Bhubaneswar

ଖାଦ୍ୟକୁ ଅଳ୍ପ ଭାଜିବା ସ୍ୱାସ୍ଥ୍ୟକର ନୁହେଁ

ସମ୍ପ୍ରତି ଚାଇନିଜ୍‌ ଖାଦ୍ୟ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବଢିଛି । ଏଭଳି ଖାଦ୍ୟକୁ ବେଶୀ ସମୟ ରାନ୍ଧିବାକୁ ପଡି ନ ଥାଏ । ଗରମ ତୈଳରେ ହାଲକା ଭାଜି ଦେଲେ ଏହି ଭଳି ଖାଦ୍ୟ ପ୍ରସ୍ତୁତ ହୋଇଯାଏ । ମାତ୍ର ଏମିତି ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ଖାଦ୍ୟକୁ ଭାଜିବା ବେଳେ ତୈଳର ଅତିକ୍ଷୁଦ୍ର କଣିକା ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ମିଶି ରହିଥାଏ । ଏହି ବାୟୁକୁ ଆଘ୍ରାଣ କରିବା ହାନୀକାରକ ବୋଲି ଟେକ୍ସାସ୍‌ ଟେକ୍‌ ବିଶ୍ୱବିଦ୍ୟାଳୟ ଏବଂ ଉଟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି । ଏ ବିଷୟରେ ପରୀକ୍ଷା କରିବା ଲାଗି ବୈଜ୍ଞାନିକମାନେ ଏକ ପାତ୍ରରେ କିଛି ତୈଳ ଗରମ କରି ତନ୍ମଧ୍ୟରେ ଜଳ ସିଞ୍ଚନ କରିଥିଲେ। ଏହାଦ୍ୱାରା କିଭଳି ପ୍ରତିକ୍ରିୟା ସୃଷ୍ଟି ହେଉଥିଲା ତାହା ସେମାନେ ଅନୁଧ୍ୟାନ କରିଥିଲେ । ଜଳ ଗରମ ତୈଳରେ ପଡିବା ମାତ୍ରେ ତୈଳ ବିନ୍ଦୁ ବିସ୍ଫୋରିତ ହୋଇଥିଲା । ଫଳରେ ତୈଳର ଅତି କ୍ଷୁଦ୍ର କଣିକା ବାୟୁମଣ୍ଡଳକୁ ଛିଟ୍‌କି ପଡିଥିଲା । ଏହାର ଆକାର ଏତେ ଛୋଟ ଥିଲା ଯେ ସେଠାରେ ଉପସ୍ଥିତ ବୈଜ୍ଞାନିକମାନେ ବାୟୁ ସହିତ ଏହି ତୈଳ କଣିକାକୁ ମଧ୍ୟ ପ୍ରଶ୍ୱାସରେ ଗ୍ରହଣ କରିଥିଲେ । ବୈଜ୍ଞାନିକମାନେ କହିଛନ୍ତି, ବିଶେଷକରି କୁକୁଡା ମାଂସ ଏବଂ ପନିପରିବାରେ ଜଳ ଅଂଶ ବେଶୀ ରହିଥିବାରୁ ଏହାକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ରନ୍ଧନ ସ୍ଥାନର ବାୟୁରେ ତୈଳ କଣିକା ଭରି ହୋଇଯାଏ । ଏହାକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories