www.samajalive.in
Saturday, December 6, 2025
14.1 C
Bhubaneswar

ବଜ୍ରପାତରେ ଜଳିଗଲା ଗଛ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳରେ ରବିବାର ସନ୍ଧ୍ୟାରୁ କାଳବୈଶାଖୀର ପ୍ରଭାବ ନେଇ ପ୍ରବଳ ଘଡଘଡି ବିଜୁଳି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନ ପଞ୍ଚାୟତର ବଛାଜୁଝା ଗ୍ରାମ ନିକଟରେ ଥିବା ଏକ ବିରାଟ ସିପୋ ଗଛ ବଜ୍ରାଘାତରେ ଜଳିଯାଇଥିବା ଜଣାପଡ଼ିଛିି। ଘଟଣା ନେଇ ଗ୍ରାମକୁ ଅଗ୍ନି ବ୍ୟାପୀବା ଆଶଙ୍କାରେ ସ୍ଥାନୀୟ ଗ୍ରାମବାସୀ ତଥା ସିହିନି ସରପଞ୍ଚ ବିରବର ସାହୁ ଟିଟିଲାଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅକ୍ଲାନ୍ତ ଉଦ୍ୟମ କରିଥିଲେ ହେଁ ନିଅାଁକୁ ଆୟତ କରିପାରିନଥିଲେ। ନିଅାଁରେ ଜଳି ଗଛ ଡାଳ ପାଖରେ ରହୁଥିବା ମିନି ଆଡଯୁଆଡଙ୍କ ଘରେ ପଡିବାରୁ ସେମାନେ ପରିବାରବର୍ଗ ରାତିରେ ଘର ଛାଡି ଅନ୍ୟ ଘରେ ଆଶ୍ରୟ ନେଇଥିଲେ। ଜଳନ୍ତା ଡାଳ ପଡି ଘରର ଆଜବେଷ୍ଟସ ଛାତ ଭାଙ୍ଗିଯାଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories