www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରେନରୁ ଖସିଯାଉଥିବା ନାବାଳିକାକୁ ବଞ୍ଚାଇଲେ କନେଷ୍ଟବଳ

ଚେନ୍ନାଇ .-ଟ୍ରେନରୁ ଖସିଯାଉଥିବା ଜଣେ ନାବାଳିକାକୁ ଜଣେ ଆରପିଏଫ୍‌ କନେଷ୍ଟବଳ ଏସ୍‌ବି ଯୋଶ୍‌ ବଞ୍ଚାଇ ଦେବାର ଭିଡିଓ ଭାଇରାଲ ହୋଇଛି । ଏହାପରେ ସମସ୍ତେ କନେଷ୍ଟବଳଙ୍କର ଏହି ଭଲ କାମକୁ ବେଶ୍‌ ପ୍ରଶଂସା କରିଛନ୍ତି । ପ୍ଲାଟଫର୍ମରେ ଚାଲୁଥିବା ଏକ ଟ୍ରେନରେ ଜଣେ ୧୦ ବର୍ଷିୟା ନାବାଳିକା ଚଢିବାକୁ ଚେଷ୍ଟା କରିଥିଲା । ଏତିକି ବେଲେ ଚଳନ୍ତା ଟ୍ରେନ୍‌ରୁ ତାହାର ପାଦ ଖସିଯାଇଥିଲା । ସେ ତଳକୁ ଖସିଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ଆର୍‌ପିଏଫ୍‌ କନେଷ୍ଟବଳ ଏସ୍‌ବି ଯୋଶ୍‌ ତାକୁ ଉପରକୁ ଉଠାଇ ନେଇଥିଲେ । ସେଠାରେ ଲାଗିଥିବା ସିସିଟିଭିରେ ଏହି ଭିଜୁଆଲ୍‌ କଏଦ୍‌ ହୋଇଥିଲା ।

ଅନମୋଲ ଶର୍ମା ନାମକ ଏହି ନାବାଳିକା ଓ ତାଙ୍କ ପିତା ଅଶ୍ୱନୀ କୁମାର ଡେରିରେ ପ୍ଲାଟଫର୍ମରେ ପହଞ୍ଚିଥିଲେ । ସେତେବେଳକୁ ଟ୍ରେନ ପ୍ଲାଟଫର୍ମ ଛାଡିଦେଇଥିଲା । ଦୁଇଜଣ ଟ୍ରେନ୍‌ରେ ଉଠିବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ୪ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଏସ୍‌ବି ଯୋଶ୍‌ କୌଣସି ବିପଦର ଆଶଙ୍କା କରି ତା ପଛରେ ଦୌଡିଥିଲେ । ପିଲାଟି ତଳେ ପଡିଯିବା ମାତ୍ରେ କୌଣସି ଅଘଟଣ ଘଟିବା ପୂର୍ବରୁ ତାକୁ ଉଠାଇ ନେଇଥିଲେ । ଏହାପରେ ଟ୍ରେନ୍‌କୁ କିଛି ସମୟ ପାଇଁ ରୋକା ଯାଇଥିଲା । ପିଲାଟି ସୁସ୍ଥ ଅନୁଭବ କରିବା ପରେ ସେହି ଟ୍ରେନ୍‌ରେ ପିତାଙ୍କ ସହ ଯାତ୍ରା କରିଥିଲା । ଆର୍‌ପିଏଫ୍‌ କନେଷ୍ଟବଳ ଏସ୍‌ବି ଯୋଶ୍‌ଙ୍କର ଏହି ଭଲକାମକୁ ସମସ୍ତେ ବେଶ୍‌ ପ୍ରଶଂସା କରିଛନ୍ତି । ତାଙ୍କୁ ପୁରସ୍କୃତ କରାଯିବା ବୋଲି ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଛନ୍ତି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories