www.samajalive.in
Wednesday, December 10, 2025
17.1 C
Bhubaneswar

ବଜ୍ରପାତରେ ବାପ ମୃତ, ପୁଅ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଡୁମେରପଦର ପଞ୍ଚାୟତ ଅନ୍ତର୍ଗତ ସାନଦେର୍ଲାରେ ଶନିବାର ଦିନ ୩.୩୦ ରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ବାପର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି। ବାପା ଧନମଣୀ ନାଏକ(୪୦) ଓ ତାର ୪ ବର୍ଷର ପୁଅ ବାବୁ ନାଏକ ନିଜ ଚାଷଜମିରେ ଠିଆ ହୋଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଧନମଣି ନାଏକଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେତୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories