www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାଙ୍କୁ ଅସଦାଚରଣ ପଡ଼ିବ ମହଙ୍ଗା : ୩ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ : ଏବେ ମହିଳାଙ୍କୁ ଅସଦାଚରଣ କଲେ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସହ କୌଣସି ପ୍ରକାରର ଅସମ୍ମାନ କରିବା ଏବେ ମହଙ୍ଗା ପଡିବ। କାରଣ ମହିଳାଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ମନ୍ତ୍ରଣାଳୟ ତରଫରୁ କଠୋର ନିୟମ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଛି ।
ସୂଚନା ଅନୁସାରେ, ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସହ କୌଣସି ପ୍ରକାରର ଅସଦାଚରଣ ତଥା ଦୁର୍ବ୍ୟବହାର କରିବା ଦ୍ୱାରା ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ। ରେଳ ସୁରକ୍ଷା ବଳ ( ଆରପିଏଫ) ତରଫରୁ ରେଲୱେ ନିୟମାବଳୀରେ ନୂଆ ନିୟମ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ନିର୍ୟାତନା ତଥା ଅପରାଧକୁ ଦୃଢ ଭାବରେ ଦମନ କରାଯାଇପାରିବ ।

- Advertisement -

ଆରପିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଯଦି ରେଲୱେ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଯାଏ ତେବେ ଏହା ଭାରତୀୟ ଦଣ୍ଡ ସଂହିତା ଆଇପିସି ଠାରୁ ଅଧିକ ତଥା କଠୋର ଦଣ୍ଡବିଧାନ ହେବ। କାରଣ ଆଇପିସିରେ ଏକ ବର୍ଷ କାଳ ଦଣ୍ଡାବିଧାନର ନିୟମ ରହିଛି। ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ କୌଣସି ଟ୍ରେନରେ ମହିଳାଙ୍କ ସହ ଅସଦାଚରଣ କିମ୍ବା ଆକ୍ରମଣ ଭଳି ଘଟଣା ଘଟେ, ସେତେବେଳେ ଆମକୁ ଏଥିପାଇଁ ଜିଆରପିର ସହାୟତା ନେବାକୁ ପଡିଥାଏ ।
ଅଧିକାରୀଙ୍କ କହିବା ଅନୁସାରେ, ରେଲୱେ ଆକ୍ଟରେ ଏଭଳି ଅପରାଧକୁ ଦମନ କରିବା ପାଇଁ କୌଣସି ନିୟମ ପ୍ରଣୟନ କରାଯାଇନାହିଁ । ଆମେ ଯେଉଁ ପ୍ରସ୍ତାବ ଦେଇଛୁ , ସେଥିରେ ଆମେ ଖୁବ୍ ଶୀଘ୍ର ହିଁ କାର୍ଯ୍ୟାନୁଷ୍ଠାନ ନେଇ ପାରିବୁ । ଏଥିସହିତ ଆରକ୍ଷିତ ବଗିରେ ଯାତ୍ରା କରୁଥିବା ପୁରୁଷଙ୍କ ବିରୋଧରେ ଜୋରିମାନା ୫୦୦ ରୁ ୧୦୦୦ ଟଙ୍କା କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।
ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ରେଳ ମନ୍ତ୍ରୀ କହିଛନ୍ତି ଯେ, ୨୦୧୪ରୁ ୨୦୧୬ ମଧ୍ୟରେ ଟ୍ରେନରେ ମହିଳାମାଙ୍କ ଉପରେ ହେଉଥିବା ଅପରାଧ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ମୋଟ ୧,୬୦୭ ମାମଲା ରୁଜୁ ହୋଇଛି । ସେହିଭଳି ୨୦୧୪ରେ ୪୪୮, ୨୦୧୫ ରେ ୫୫୩ ଏବଂ ୨୦୧୬ରେ ଏହି ଆକଳନ ୬୦୬ କୁ ବୃଦ୍ଧି ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories