ଟାର୍ଗେଟରେ ରାଜ୍ୟ ସରକାର; ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ଉଦଘାଟିତ

0

ପୁରୀ: ଶରଧାବାଲିରେ ଆୟୋଜିତ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମୀତ ଶାହା ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ବୈଠକରେ ବିଜେପି ମୁଖ୍ୟତଃ ରାଜ୍ୟର ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିବ। ଉଦଘାଟନୀ ଉତ୍ସବରେ ଶ୍ରୀ ଶାହା ରାଜ୍ୟ ସରକାର ନିଜ ଲୋକପ୍ରିୟତା ଭୟରେ ମୋଦୀଙ୍କ ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା “ଆୟୁଷ୍କାନ ଭାରତ’ କୁ ରାଜ୍ୟରେ କାର୍ଯ୍ୟକାରୀ କରାଇ ଦେଉ ନାହାନ୍ତି ବୋଲି ଗୁରୁତ୍ୱାରୋପ କରିବା ସହ ରାଜ୍ୟରେ ଯେଉଁ ଦିନ ବିଜେପି ସରକାର ହେବ ତା’ପର ଦିନ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗ୍ରସ୍ତର ୨ଦିନ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମୀତ ଶାହା ପୁରୀ ଆସିଛନ୍ତି। ବିଜେପି ଅଧ୍ୟକ୍ଷ ଅମୀତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟ ବସନ୍ତ ପଣ୍ଡା ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ଥିଲେ। ରାଜ୍ୟ ସରକାର କିଛି ଭ୍ରଷ୍ଟ ଅଧିକାରୀଙ୍କ ପ୍ରରୋଚନାରେ ରାଜ୍ୟର ବିକାଶରେ ବାଧକ ସୃଷ୍ଟି କରୁଛନ୍ତି। ବିଜେଡି ସରକାର ପାଇଁ ରାଜ୍ୟବାସୀ ଗରିବ ହୋଇ ରହିଛନ୍ତି ବୋଲି ଶ୍ରୀ ଶାହା ଦୃଢୋକ୍ତି କରିଥିଲେ। ସେହିପରି କଂଗ୍ରେସ ଦେଶର ବିକାଶର ପ୍ରମୁଖ ବାଧକରେ ପରିଣତ ହୋଇଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ “ମେକ୍‍ ଇନ ଇଣ୍ଡିଆ’ କରୁଥିବାବେଳେ କଂଗ୍ରେସ “ବ୍ରେକ ଇନ ଇଣ୍ଡିଆ’ ନୀତିରେ ମାତିଛନ୍ତି ବୋଲି ଶ୍ରୀ ଶାହା ଅଭିଯୋଗ କରିଥିଲେ।
ସେହିପରି ରାଜ୍ୟରେ ୧୪ଜଣ ବିଜେପି କର୍ମୀଙ୍କୁ ହତ୍ୟା ପ୍ରଚ୍ଛଦରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଅମୀତ ଶାହା । ଓଡିଶାରେ ବିଜେପି ଆସିଲେ ରାଜ୍ୟ ଏକ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଅମୀତ ଶାହା । ସେହିପରି ରାଜ୍ୟର ମିଲ ମାଲିକ ଓ ଭ୍ରଷ୍ଟ କର୍ମଚାରୀଙ୍କ ମଧ୍ୟରେ ମଧୁର ସମ୍ପର୍କର ପରିଣାମରେ ଲକ୍ଷଲକ୍ଷ ଚାଷୀଙ୍କୁ ନ୍ୟାୟ ମିଳି ପାରୁ ନାହିଁ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ୩୪ଲକ୍ଷ ମହିଳାଙ୍କୁ ଉଜ୍ବଳା ଯୋଜନା ଦ୍ୱାରା ଯୋଡ଼ି ହୋଇଥିବା ବେଳେ ରାଜ୍ୟ ସରକାର ଏହା ପ୍ରଚ୍ଛଦରେ ଦୁର୍ନୀତି ହୋଇଛି ବୋଲି ପାଲଟା ଅଭିଯୋଗ କରୁଛନ୍ତି। ସେହିପରି ଶୌଚାଳୟ ନିର୍ମାଣରେ ରାଜ୍ୟ ସରକାର ଅନ୍ୟ ରାଜ୍ୟଠାରୁ ପଛରେ ପଡ଼ିବା ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ କେତେ ଚିନ୍ତିତ ତାହା ପ୍ରମାଣିତ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ମହିଳାଙ୍କ ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନର ଅବହେଳା ସମ୍ପର୍କରେ ଦୃଷ୍ଟିଗୋଚର କରିଥିଲେ। ସ୍ଥାନୀୟ ପ୍ରଶାସନ ଜାଣିଶୁଣି ବିଜେପି ମହିଳା କର୍ମୀଙ୍କୁ କାର୍ଯ୍ୟକ୍ରମର ୭କିମି ଦୂରରେ ଅଟକାଇ ଦେବା ରାଜ୍ୟ ସରକାରଙ୍କ ବିଜେପି ପ୍ରତି ଭୟକୁ ପ୍ରମାଣିତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

kalyan agarbati
Leave A Reply